ଅନୁଗୋଳରେ ସୁଭଦ୍ରା ଯୋଜନାର ୩ୟ କିସ୍ତି ପ୍ରଦାନ

ଅନୁଗୋଳ (ଅଜିତ କୁମାର ଭୋଇ) : ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି କୋରାପୁଟ ଜିଲ୍ଲାର ଜୟପୁର ଠାରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଜ୍ୟର କୋଟିଏରୁ ଊର୍ଦ୍ଧ୍ବ ହିତାକାରୀଙ୍କୁ ସୁଭଦ୍ରା ଯୋଜନାର ୩ୟ କିସ୍ତି ପ୍ରଦାନ କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ଅନୁଗୋଳର ୫୦୦ରୁ ଉର୍ଦ୍ଧ୍ବ ମହିଳାମାନେ ଆଭାସି ମାଧ୍ୟମରେ ସ୍ଥାନୀୟ ସଭାଘର ଠାରେ ଆୟୋଜିତ କାର୍ଯ୍ୟକ୍ରମ ଦ୍ବାରା ଯୋଡି ହୋଇଥିଲେ । ସଭାଘର ଠାରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହିଳାମାନଙ୍କର ଊନ୍ନତି ହେଲେ ଜିଲ୍ଲା ତଥା ରାଜ୍ୟର ଊନ୍ନତି ହେବ ବୋଲି ପ୍ରକାଶ କରିଥିଲେ ।

ସୂଚନା ଥାଊକି, ଅନୁଗୋଳ ଜିଲ୍ଲାର ୨ଲକ୍ଷ ୮୭ହଜାର ୬୮୩ ଜଣ ମହିଳା ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ୩ୟ କିସ୍ତି ଅନ୍ ଲାଇନ୍ ମାଧ୍ୟମରେ ଆଜି ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ, ଜିଲ୍ଲା ପରିଷଦର ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧ୍ବକାରୀ ଶ୍ରୀ ଦେବଦତ୍ତ ମହନ୍ତ, ଅନୁଗୋଳ ଉପ ଜିଲ୍ଲାପାଳ ମାୟାଧର ବେହେରା, ଅନୁଗୋଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡଃ ବିଶ୍ୱ ଭୂଷଣ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ନିରୁପମା ପାଣି, ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦଙ୍କ ପ୍ରତିନିଧ୍ ଶ୍ରୀ ସୁଦିପ ଗଡନାୟକ,ମାନ୍ୟବର ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧ୍ ଶ୍ରୀ ପ୍ରଭାତ କୁମାର ପ୍ରଧାନ, ମାନ୍ୟବର ଛେଣ୍ଡିପଦା ବିଧାୟକଙ୍କ ପ୍ରତିନିଧଧି ଶ୍ରୀ ଚୌଧୁରୀ ପ୍ରଧାନ, ମାନ୍ୟବର ତାଳଚେର ବିଧାୟକଙ୍କ ପ୍ରତିନିଧି ଶ୍ରୀ ସନ୍ତୋଷ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥୁଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ, ୫୦୦ରୁ ଉର୍ଦ୍ଧ୍ବ ମହିଳା ଓ ଗଣମାଧ୍ୟମର ପ୍ରତିନିଧୁମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!