ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ।

ରାୟଗଡ଼ (ଗୋପୀନାଥ ଗୌଡ଼): ପଦ୍ମପୁର ଗ୍ରାମର ଜଣାଶୁଣା ଚାଷୀ ତଥା ଧର୍ମ ପରାୟଣ ବ୍ୟକ୍ତି ପୂର୍ଣ୍ଣଚନ୍ଦ୍ର ପାଢୀଙ୍କ ପରଲୋକ ଘଟିଛି। ଶାରୀରିକ ଅସୁସ୍ଥତା କାରଣରୁ ସେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତର ଖାନାରେ ଚିକିତ୍ସାଧିନ ଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ସ୍ତ୍ରୀ ସଂଯୁକ୍ତା ପାଢ଼ୀ, ପୁଅ ଆଦିତ୍ୟ ପାଢ଼ୀ , ଝିଅ ପ୍ରିୟଙ୍କା ବକ୍ସିପାତ୍ର, କରିଶ୍ମା ସାହୁ, ଜ୍ବାଇଁ ଦେବାଶିଷ ବକ୍ସିପାତ୍ର(ଲୁଲୁ) ଏବଂ ସୁଶାନ୍ତ ସାହୁ (ରିଙ୍କୁ) ଏବଂ ସଂପର୍କୀୟ ଉପସ୍ଥିତ ଥିଲେ। ସ୍ବର୍ଗତ ପାଢ଼ୀ ଜଣେ ପରୋପକାର ଓ ଧର୍ମ ପରାୟଣ ବ୍ୟକ୍ତି ଭାବେ ପଦ୍ମପୁର ଅଞ୍ଚଳରେ ପରିଚିତ ଥିଲେ।

ସ୍ବର୍ଗତ ପାଢ଼ୀ ଙ୍କ ପୁରୀ ସ୍ବର୍ଗଦ୍ଵାରରେ ଶେଷ କୃତ୍ୟ ସଂପନ୍ନ ହୋଇଛି। ରାମନାଗୁଡ଼ା ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ, କପିଳ ଚନ୍ଦ୍ର ସାହୁ, ଆମ ଓଡ଼ିଶା ସଦସ୍ୟ ଅଶୋକ କୁମାର ସାହୁ , ସୁଶାନ୍ତ କୁମାର ସାହୁ, ଜଗନ୍ନାଥ ସାହୁ, ରାଧକାନ୍ତ ପାଣିଗ୍ରାହି, ପୂର୍ଣ୍ଣ ଚନ୍ଦ୍ର ସାହୁ, ଅବସର ପ୍ରାପ୍ତ ବରିଷ୍ଠ ଆଇପିଓ ସବ୍ୟସାଚୀ ସାହୂ, ପ୍ରମୁଖ ଗଭିର ଶୋକ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!