ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ବୀରଧନଞ୍ଜୟ ପୁର ଶାସନସ୍ଥ ବୁଦ୍ଧ ବିହାର ଛାତ୍ରାବାସ ପରିସର ରେ ନିୟୁ ଏରା ପବ୍ଲିକ ସ୍କୁଲ ର ସହକାରୀ ଶିକ୍ଷକ ବୈଷ୍ଣବ ଚରଣ ଦାଶ ଙ୍କ ରଚିତ ‘ପର୍ବ ଆମ ପରମ୍ପରାର’ ପୁସ୍ତକ ଉନ୍ମୋଚନ ହୋଇଥିଲା। ଅତିଥି ଭାବେ ପଣ୍ଡିତ ହିମାଂଶୁ ଶେଖର ରଥ, ପଣ୍ଡିତ ଅନନ୍ତ କର, ବଂଶୀଧର ଦାଶ, ହରେକୃଷ୍ଣ ପାତ୍ର, ପ୍ରସନ୍ନ କୁମାର ଦାଶ, ଦିବ୍ୟଚରଣ ଦାଶ, ଚିତ୍ତ ରଂଜନ ଦାଶ,ବରାହ ପ୍ରସାଦ ମହାପାତ୍ର ପ୍ରମୁଖ ଯୋଗ ଦେଇ ପୁସ୍ତକ କୁ ଉନ୍ମୋଚିତ କରିଥିଲେ।
ଅତିଥି ମାନେ ଶ୍ରୀ ଦାଶ ଙ୍କ ଗୁଣାବଳି ଓ ସାହିତ୍ୟ ମନସ୍କତା ଉପରେ ଆଲୋଚନା କରିଥିଲେ। ଆମ ସଂସ୍କୃତି ରୁ ହଜି ଯାଉଥିବା ପର୍ବ ପର୍ବାଣୀ ବିଷୟରେ ଅନେକ ଅନାଲୋଚିତ ତଥ୍ୟ ସାଙ୍ଗକୁ ଏହା ପାଳନ କରାଯିବା ପଛର ବୈଜ୍ଞାନିକ କାରଣ ଏହି ପୁସ୍ତକରେ ଉପଲବ୍ଧ ଅଛି। ସବୁ ବର୍ଗର ପାଠକ ଙ୍କ ପାଇଁ ପୁସ୍ତକ ଟି ଉପାଦେୟ ହୋଇଛି। ମନୋଜ ଦାଶ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ଚିନ୍ମୟ ଦାଶ ଧନ୍ୟବାଦ୍ ଅର୍ପଣ କରିଥିଲେ।