ମହିଳା କମିଶନରଙ୍କ ଅନୁଗୋଳ ଗସ୍ତ

ଅନୁଗୋଳ(ଅଜିତ କୁମାର ଭୋଇ): ଓଡିଶା ସରକାରଙ୍କ ମହିଳା କମିଶନର ସଦସ୍ୟା ପ୍ରତିଭା ଶତପଥୀ ଓ ନିରିକ୍ଷକ ସସ୍ମିତା ଦାସ ଏକ ଦିନିକିଆ ଅନୁଗୋଳ ଗସ୍ତରେ ଆସି ଜିଲ୍ଲାରେ ବିଭିନ୍ନ ସାମାଜିକ ଅନୁଷ୍ଠାନ ବୁଲି ଅନ୍ତେବାସୀମାନଙ୍କ ସହ ବାର୍ତାଳାପ କରି ତାଙ୍କର ସୁବିଧା ଓ ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ସମସ୍ତ ନଥିପତ୍ର ଅନୁଧ୍ୟାନ କରିଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ କିଭଳି ସେମାନେ ପାଇ ପାରିବେ ତାହା କାର୍ଯ୍ୟକାରୀ କରିବାକୁ ଅଧିକାରୀମାନଙ୍କୁ ଆଦେଶ ଦେଇଥିଲେ ।ପୂର୍ବାହ୍ନରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ସଖି ସେଣ୍ଟର ପରିଦର୍ଶନ କରିଥିଲେ ।

ପରେ ପରେ ଅନୁଗୋଳ ଜିଲ୍ଲା କାରାଗାରକୁ ପରିଦର୍ଶନ କରି ମହିଳା ଅନ୍ତେବାସୀମାନେ କିପରି ସମାଜରେ ମୁଖ୍ୟ ସ୍ରୋତରେ ସାମିଲ ହେବା ନିମନ୍ତେ ପରାମର୍ଶ ଦେଇଥିଲେ । ଅପରାହ୍ନରେ ଦୁଇଟି ଶକ୍ତି ସଦନ ପରିଦର୍ଶନ କରି ହିତାଧିକାରୀମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ।ଏହି ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ନିରୁପମା ପାଣି, ଘରୋଇ ହିଂସାର ସୁରକ୍ଷା ଅଧିକାରିଣୀ ଦ୍ରୌପଦି ମାରାଣ୍ଡିଙ୍କ ସମେତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!