ଆଜିଠାରୁ ଷୋହଳ ପୂଜା ଆରମ୍ଭ : ଜିଲ୍ଲାର ମାହେଶ୍ୱରୀ ପୀଠ ଉତ୍ସବ ମୁଖର

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ଆଜିଠାରୁ ମାଁ ମାହେଶ୍ୱରୀ ପୀଠ ମାନଙ୍କରେ ଷୋହଳ ପୂଜା ଆରମ୍ଭ ହୋଇଯାଇଛି।ଏଥିପାଇଁ ସୁବର୍ଣ୍ଣପୁର ଜିଲାର ବିଭିନ୍ନ ଅଞ୍ଚଳରେ ରହିଥିବା ମାଁ ମାହେଶ୍ୱରୀଙ୍କ ଶକ୍ତିପୀଠ ଉତ୍ସବ ମୁଖରିତ ହୋଇଉଠିଛି।ପାରମ୍ପରିକ ପୁଜା ବିଧି ରୀତିନୀତି ଅନୁଯାୟୀ ଏହା ୧୬ଦିନ ଧରି ଚାଲୁଥିବାବେଳେ ଆଜି ପ୍ରଥମ ଦିନରେ ମାଁ ମାହେଶ୍ୱରୀ ମନ୍ଦିରରୁ ବାହାରି ଢୋଲ,ନିଶାନ ଓ ଘଣ୍ଟ ବାଦ୍ୟର ତାଳେ ତାଳେ ଶୋଭାଯାତ୍ରା ମାଧ୍ୟମରେ ନିକଟସ୍ଥ ବନ୍ଧକୁ ସ୍ନାନ ପାଇଁ ଯାଇଥିଲେ ।

ଏହି ଅବସରରେ ମାଁ ଙ୍କ ଦର୍ଶନ ପାଇଁ ମନ୍ଦିର ପରିସରରେ ଭକ୍ତଙ୍କ ନାହିଁ ନଥିବା ଭିଡ ପରିଲକ୍ଷିତ ହୋଇଥିଲା।ସୂଚନା ଅନୁସାରେ ଆଜିଠାରୁ ଭାଇ ଜିଉଁତିଆ ପର୍ଯ୍ୟନ୍ତ ଷୋହଳ ପୂଜା ଅନୁଷ୍ଟିତ ହୋଇଥାଏ । ଭାଇ ଜିଉଁତିଆ ଦିନ ବାଡ଼ି ଦେବତା ନିଜ ଗାଁ ମନ୍ଦିରରୁ ଛତର ସହ ବାହାରନ୍ତି ।ପୁଅ ଜିଉଁତିଆ ଠାରୁ ଆରମ୍ଭ ହୋଇଥିବା ଏହି ପୂଜା ପାଇଁ ଜିଲ୍ଲାର ବିଭିନ୍ନ ଅଞ୍ଚଳର ମାଁ ମାହେଶ୍ୱରୀ ଶକ୍ତିପୀଠ ଉତ୍ସବ ମୁଖର ହୋଇଉଠିଛି।

Leave a Reply

Your email address will not be published. Required fields are marked *

error: Content is protected !!