ଚମ୍ପୁଆ ବି.ଡି.ଏନ.ପୁର ଶାସନରେ ଜାତୀୟ ସେବା ଶିବିର ଅନୁଷ୍ଠିତ

କେନ୍ଦୁଝର/ଚମ୍ପୁଆ (ପ୍ରଦୀପ କୁମାର ମହାନ୍ତ): ଚମ୍ପୁଆ ବୀରଧନୁର୍ଜୟ ନାରାୟଣପୁର ଶାସନରେ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସ୍ୱତନ୍ତ୍ର ସାତ ଦିନିଆଁ ଜାତୀୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ସ୍ଥାନୀୟ ଉପଜିଲ୍ଲାପାଳ ଉମାକାନ୍ତ ପରିଡା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଥିରେ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଭକ୍ତବନ୍ଧୁ ପ୍ରଧାନ, ପ୍ରଗ୍ରାମ ସଂଯୋଜିକା ମିତାଲି ଭୋଳ, ଅଧ୍ୟାପକ ଦୀପକ କୁମାର ମିଶ୍ର, ପିଇଟି ଅନିତା ଜେନା, ଅଧ୍ୟାପକ ଶୈଳେଶ ମାଝୀ, କର୍ମଚାରୀ ଶଶିକାନ୍ତ ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ଶିଶୁଶ୍ରମିକ ନିରୋଧି ଅଭିଯାନ, ସ୍ୱଚ୍ଛଭାରତ ଅଭିଯାନ, ସଡକ ସୁରକ୍ଷା ଅଭିଯାନ, ସ୍ୱାସ୍ଥ୍ୟ ଶିବିର, ବୃକ୍ଷରୋପଣ, ନିଶାନିବାରଣ ଅଭିଯାନ, ମେଗା ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ, ବାଲ୍ୟବିବାହ ନିରୋଧ ଅଭିଯାନ, ଶିକ୍ଷା ସଭିଙ୍କ ଅଧିକାର ଆଦି ବିଭିନ୍ନ ବିଷୟ ଉପରେ କାର୍ଯ୍ୟ କରାଯାଇଥିଲା । ଉଦଯାପନୀ ଦିବସ ଅବସରରେ ମୁଖ୍ୟଅତିଥି ଭାବେ ଚମ୍ପୁଆ ରେଞ୍ଜ ଅଧିକାରୀ ଏସିଏଫ ଅକ୍ଷୟ ଛତ୍ରିୟା, ସମ୍ମାନିତ ଅତିଥି ଭାବେ ପବିତ୍ର କୁମାର ନାୟକ ପ୍ରମୁଖ ଯୋଗଦାନ କରି ଛାତ୍ରୀମାନଙ୍କୁ ଜଙ୍ଗଲ ସୁରକ୍ଷା, ବନ୍ୟପ୍ରାଣୀ ସୁରକ୍ଷା, ବନାଗ୍ନି ଆଦି ବିଭିନ୍ନ ବିଷୟ ଉପରେ ଛାତ୍ରୀମାନଙ୍କୁ ଉଦବୋଧନ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!