ସୁନ୍ଦରଗଡ଼/ବଣାଇ(ସନ୍ତୋଷ କୁମାର ସାହୁ): ବଣାଇ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସଭା ଗୃହ ଠାରେ ନରେନ୍ଦ୍ର ମୋଦୀଙ୍କ ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ମାଁ ପାଇଁ ଗଛଟିଏ, ବିଶ୍ୱ ଓଜୋନ ଦିବସ ପ୍ରଧାନ ଶିକ୍ଷକ କାଶୀନାଥ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଦୀପ କୁମାର ସାହୁ ଯୋଗ ଦେଇ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ l ବିଦ୍ୟାଳୟର ଜାତୀୟ ସବୁଜ ବାହିନୀ ତରଫରୁ ବକୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିଲା l

କୃତି ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଓ ଟ୍ରଫି ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରା ଯାଇଥିଲା l ପରିଶେଷରେ ବିଦ୍ୟାଳୟର ପରିସରରେ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ୧୦୮ ଗୋଟି ବୃକ୍ଷ ରୋପଣ କରା ଯାଇଥିଲା l ସେଥି ମଧ୍ୟରୁ ଆମ୍ବ ୪୦, ଲେମ୍ବୁ ୨୫, ଶାଗୁଆନ ୨୩, ଅଁଳା ୧୦, ଓଉ ୧୦ ରହିଛି l ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଉମେଶ ଚନ୍ଦ୍ର ମହାନ୍ତ ପରିଚାଳନା କରିଥିବା ବେଳେ ପ୍ରଧାନ ଶିକ୍ଷକ କାଶୀନାଥ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l