ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ) : ସ୍ଥାନୀୟ ପିପୁଲ୍ଲ ହାଇସ୍କୁଲକେନ୍ଦ୍ରରେ ଆଜି ନବମ ଶ୍ରେଣୀ ଜାତୀୟ ଗ୍ରାମୀଣ ମେଧାବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବୁଗୁଡା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ବିଭିନ୍ନ ବିଦ୍ୟାଳୟର ୨୫୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୩ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିଲେ । ଉକ୍ତ ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଣ୍ଟ ଦାୟିତ୍ବରେ ପିପୁଲ୍ସ ହାଇସ୍କୁଲର ପ୍ରଧାନ ଶିକ୍ଷକ କାଳୀ ଚରଣ ବେହେରା ଏବଂ ଡେପୁଟି ସୁପରିଟେଣ୍ଡେଣ୍ଟ ଦାୟିତ୍ବରେ ସହକାରୀ ଶିକ୍ଷକ ପ୍ରଶାନ୍ତ କୁମାର ଗୌଡ ଓ କାହ୍ନୁ ଚରଣ ଗୌଡ ରହିଥିବା ବେଳେ , ଉଷାରାଣୀ ସିଂ, ବିଶ୍ଵେଶ୍ବର ଗିରି , ସୁଚିତ୍ରା ବିଷୋୟୀ, ସିମାଞ୍ଚଳ ପାଇକ, ଶିବାନନ୍ଦ ସୁବୁଦ୍ଧି , ସସ୍ମିତା ତ୍ରିପାଠୀ , ଜ୍ଯୋତ୍ସ୍ନା ସେଠୀ , ସ୍ନେହଲତା ସାହୁ, ସସ୍ମିତା କୁମାରୀ ପଟ୍ଟନାୟକ, ଚନ୍ଦ୍ର ଶେଖର ସାହୁ, ସଂଗ୍ରାମ କେଶରୀ ବେହେରା, ମମତା ଚୌଧୁରୀ ପ୍ରମୁଖ ଶିକ୍ଷକ-ଶିକ୍ଷୟିତ୍ରୀ କକ୍ଷ ନିରୀକ୍ଷକ ଭାବେ ନିଯୋଜିତ ଥିଲେ ।ଉକ୍ତ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିଲା ।