ପିପୁଲସ କଲେଜ : ଓଡ଼ିଆ ବିଭାଗ ପକ୍ଷରୁ ପାଠ ଚକ୍ର

ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ଗଞ୍ଜାମ ଜିଲ୍ଲାର ବୁଗୁଡା ପିପୁଲସ କଲେଜରେ ଓଡିଆ ବିଭାଗ ପକ୍ଷରୁ ସେପ୍ଟେମ୍ବର ୨୦ ତାରିଖ ଦିନ ଏକ ପାଠ ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କଲେଜର ପ୍ରିନ୍ସପାଲ ଡକ୍ଟର ପୁରୁଷୋତ୍ତମ ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ଡକ୍ଟର ହିମାଂଶୁ ଶେଖର ରଥ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। +୩ ତୃତୀୟ ବର୍ଷର ଛାତ୍ରୀ ରାନୁ ମଲ୍ଲିକ ଓ ସାଥିମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ପରେ ଅଧ୍ୟାପକ ଦୁଷ୍ମନ୍ତ ପ୍ରଧାନଙ୍କ ଦ୍ଵାରା ମାର୍ଗ ଦର୍ଶନ କରାଯାଇଥିବା ପ୍ରବନ୍ଧ “ଓଡ଼ିଶା ରେ ବୌଦ୍ଧ ଧର୍ମ ଓ ସଂସ୍କୃତି ର ପ୍ରଭାବ” ଶୀର୍ଷକକୁ ଶେଷ ବର୍ଷର ଛାତ୍ରୀ ପୂଜା ମହାନ୍ତି ପାଠ କରିଥିଲେ।

ପାଠ ଚକ୍ର ରେ ମୁଖ୍ୟ ବକ୍ତା ଭାବେ ଡକ୍ଟର ପ୍ରଦୀପ କୁମାର ଦାଶ ଯୋଗଦେଇ ତଥ୍ୟ ଭିତ୍ତିକ ସାର ଗର୍ଭକ ବକ୍ତବ୍ୟ ରଖିଥିଲେ। ଅନ୍ୟତମ ଅତିଥି ଭାବରେ ମହାବିଦ୍ୟାଳୟ ର ସେମିନାର ଇନଚାର୍ଜ ଅଧ୍ୟାପିକା ରଶ୍ମିତା ପଟ୍ଟନାୟକ ସ୍ଵ ବକ୍ତବ୍ୟରେ ବୌଦ୍ଧ ଧର୍ମ ର ବୃକ୍ଷ ପୂଜା ଉପରେ ଆଲୋକପାତ କରିଥିଲେ। ବିଭାଗର ବରିଷ୍ଠ ଅଧ୍ୟାପକ ଡକ୍ଟର ସଞ୍ଜୟ କୁମାର ପ୍ରଧାନ ଓ ଦୁଷ୍ମନ୍ତ କୁମାର ପ୍ରଧାନ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଶେଷରେ ଅଧ୍ୟାପକ କିଶୋର ଚନ୍ଦ୍ର ଶବର ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *

Powered by Joinchat