ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ):ସୁବର୍ଣ୍ଣପୁର ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନ ଦ୍ଵାରା ଜିଲ୍ଲା ସ୍ତରୀୟ ଘରୋଇ ହିଂସାରୁ ମହିଳାମାନଙ୍କୁ ସୁରକ୍ଷା ଅଧିନିୟମ – ୨୦୦୫ ସମ୍ବନ୍ଧୀୟ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ,(ସାଧାରଣ), ଅଞ୍ଜଳୀନା ପ୍ରଧାନ ସମ୍ମାନିତ ଅତିଥି ଭାବରେ ଜିଲ୍ଲା କିଶୋର ନ୍ୟାୟ ବୋର୍ଡ ସଦସ୍ୟା ରଞ୍ଜିତା ସାହୁ, , ଜିଲ୍ଲା ନିୟୋଜନ ଓ ଦକ୍ଷତା ବିକାଶ ଅଧିକାରୀ,ସଞ୍ଜୁ କୁମାରୀ ସାହୁ ଯୋଗଦାନ କରିଥିଲେ।
ଜିଲ୍ଲା ଶିଶୁ ସୁରକ୍ଷା କମିଟି ଅଧ୍ୟକ୍ଷ ଶଙ୍କର୍ଷଣ ପଣ୍ଡା ଜିଲ୍ଲା ଶିଶୁ ସୁରକ୍ଷା କମିଟିର ସଦସ୍ୟ ହେମନ୍ତ କୁମାର ସା, ଶିଶୁ ସହାୟତା ହେଲ୍ପ ଲାଇନ ସଂଯୋଜକ ସୁଜିତ୍ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ, ସଂଯୁକ୍ତ ମାଝୀ, ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ଅର୍ଜୁନ ମାଝୀଙ୍କ ସମେତ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଗୁଡିକର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, କର୍ମଚାରୀ ବୃନ୍ଦ, ମହିଳା ପରିଦର୍ଷିକା ବୃନ୍ଦ, ଅଙ୍ଗନବାଡ଼ି କର୍ମୀ ବୃନ୍ଦ, ସୁବର୍ଣ୍ଣପୁର ଜିଲ୍ଲାର ମହିଳା ମାନେ ଉପସ୍ଥିତ ଥିଲେ। ଏହି ତାଲିମ ଶିବିରକୁ ଶିଶୁ ସୁରକ୍ଷା ଅଧିକାରୀ ବାସନ୍ତୀ ଭୋଇ ପରିଚଳନ କରିଥିଲେ।