ଚୋରଙ୍କ ଉତ୍ପାତରେ ଜନସାଧାରଣ ଅତିଷ୍ଠ

ଅନୁଗୋଳ (ଅଜିତ କୁମାର ଭୋଇ): ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ନୂଆ ହତା ଗ୍ରାମ ଆଶା ଫିଲ୍ମ ହଲ୍ ନିକଟ ଘର ସମ୍ମୁଖ ରୁ ବୁଲେଟ୍ ଗାଡି ଚୋରି ନେଇ ଥାନାରେ ଅଭିଯୋଗ। ସୂଚନା ମୁତାବକ ଦୁଷ୍ମନ୍ତ ସିଂହ ପେଶାରେ ଜଣେ ଓକିଲ । ସେପ୍ଟେମ୍ବର ୨୧ ତାରିଖରେ ସେ କୋର୍ଟରୁ କାର୍ଯ୍ୟ ସାରି ଓଡ଼ି ୧୯ U ୪୪୮୭ ନମ୍ବର ବିଶିଷ୍ଟ ନିଜ ବୁଲେଟ୍ ରେ ଆସି ଘର ସମ୍ମୁଖ ଗ୍ୟାରେଜ୍ ରଖି ଘରକୁ ଯାଇଥିଲେ। ରାତି ରେ ଘରେ ଶୋଇଥିବା ବେଳେ କୌଣସି ବ୍ୟକ୍ତି ଗାଡି ଚୋରି କରି ନେଇଥିଲେ। ତେବେ ସବୁ ସାଙ୍ଗ ସାଥି, ବନ୍ଧୁ ପରିଜନ ଙ୍କ ନିକଟରେ ଖୋଜାଖୋଜି କରିଥିଲେ ମଧ୍ୟ ଗାଡିର କିଛି ସନ୍ଧାନ ମିଳି ପାରି ନଥିଲା। ଶେଷରେ ନିରୁପାୟ ହୋଇ ସେପ୍ଟେମ୍ବର ୩୦ ତାରିଖରେ ଗାଡି ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!