ସର୍ବଭାରତୀୟ ନକଆଉଟରେ ଝାରଖଣ୍ଡକୁ ହରାଇ ବୀରମହାରାଜପୁର ଚମ୍ପିୟାନ

ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ କୁହିବାହାଲ ପଞ୍ଚାୟତ ପଧାନପାଲି ଖେଳପଡିଆ ଠାରେ ପ୍ରଜାମଙ୍ଗଲ କ୍ଲବ ଆନୁକୁଲ୍ୟରେ ଚାଲିଥିବା ସର୍ବଭାରତୀୟ ନକଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଝାରଖଣ୍ଡ ଧନବାଦ ଇଲେଭେନକୁ ୩-୦ ଗୋଲରେ ହରାଇ ବୀରମହାରାଜପୁର ଚିତ୍ତାକର୍ଷକ ବିଜୟ ସହ ଚଳିତ ବର୍ଷର ଚମ୍ପିୟାନ ହୋଇଛି । ଅନୁଷ୍ଟିତ ପ୍ରଥମ ୱାଟର ମ୍ୟାଚରେ ବୀରମହାରାଜପୁର ଦଳ ୨-୧ ଗୋଲରେ ସୁନ୍ଦରଗଡକୁ ପରାସ୍ତ କରିଥିଲା ।ଦ୍ଵିତୀୟ ୱାଟର ମ୍ୟାଚରେ ଝାରଖଣ୍ଡ ଏକ୍ସ ଆଇ ଦଳ ପେନାଲଟିକ ସୁଟ ଜରିଆରେ ୩-୧ ଗୋଲରେ ରାଉରକେଲାକୁ ପରାସ୍ତ କରିଥିଲା।

ତୃତୀୟ ମ୍ୟାଚ ଅର୍ଥାତ ଫାଇନାଲ ମ୍ୟାଚ୍ ବୀରମହାରାଜପୁର ବନାମ ଝାଡ଼ଖଣ୍ଡ ମଧ୍ୟରେ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ହୋଇଥିଲା ଲ ଶେଷରେ ବୀରମହାରାଜପୁର ଦଳର ଖେଳାଳୀ ମାନେ ଉଚ୍ଚକୋଟିର ଖେଳ ପ୍ରଦର୍ଶନ କରି ପ୍ରତିପକ୍ଷ ଝାରଖଣ୍ଡ ଦଳକୁ ୩-୦ ଗୋଲ ଦେଇ ଚଳିତ ବର୍ଷ ଟୁର୍ଣ୍ଣାମେଣ୍ଟର ଚମ୍ପିୟାନ ଆଖ୍ୟା ଅର୍ଜନ କରିଥିଲେ । ଟୁର୍ଣ୍ଣାମେଣ୍ଟର ଖେଲ ଗୁଡ଼ିକୁ ଜିତେନ୍ଦ୍ରିୟ ଥନାପତି,ସୁବ୍ରତ ପୁରୋହିତ,ସହିଲ ବେହେରା,ଜିତୁ ପାତ୍ର,ଶଶିକାନ୍ତ ଦାସିଆ ପରିଚାଳନା କରିଥିବା ବେଳେ ମ୍ୟାଚ୍ ଧାରା ବିବରଣୀ ସଞ୍ଜୀବ ମିଶ୍ର ପ୍ରଦାନ କରିଥିଲେ।

କୁହିବାହାଲ ସରପଞ୍ଚ ତଥା ପ୍ରଜାମଙ୍ଗଲ କ୍ଲବ ସଭାପତି ସୁଦାମ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣି ଉତ୍ସବରେ ମାନ୍ୟବର ସୋନପୂର ବିଧାୟକ ନିରଞ୍ଜନ ପୁଝାରୀ ମୁଖ୍ୟ ଅତିଥି,ପୂର୍ବତନ ବିନିକା ବ୍ଲକ ଅଧ୍ୟକ୍ଷ ଅଶୋକ ନନ୍ଦ,ଡୁଙ୍ଗୁରିପାଲି ଉପାଧ୍ୟକ୍ଷ ମକରଧ୍ବଜ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଜୟୀ ବୀରମହାରାଜପୁର ଦଳକୁ ଟ୍ରଫି ସହ ନଗଦ ୧ଲକ୍ଷ ଟଙ୍କା,ଉପ ବିଜେତା ଝାରଖଣ୍ଡ ଦଳକୁ ଟ୍ରଫି ସହ ନଗଦ ୭୦ହଜାର ଟଙ୍କା ଏବଂ ପ୍ରତିଯୋଗିତାରେ ଉଚ୍ଚ କୋଟିର ଖେଳ ପ୍ରଦର୍ଶନ କରିଥିବା ବୀରମହାରାଜପୁର ଦଳର ଚିନ୍ମୟ କିଶାନଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଓ ମ୍ୟାନ ଅଫ ଦି ଟୁର୍ଣ୍ଣାମେଣ୍ଟ,ଝାରଖଣ୍ଡର ବାପି କୁ ବେଷ୍ଟ ଗୋଲକିପର ଆଦି ସ୍ଵତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା । ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ କ୍ଳବର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!