ଅନୁଗୋଳ (ଅଜିତ କୁମାର ଭୋଇ):: ଅନୁଗୋଳ ଜିଲ୍ଲା କ୍ରିକେଟ୍ ଆସୋସିଏସନ ପକ୍ଷରୁ ଜିଲ୍ଲା କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଓଡ଼ିଶା ରେ ଅନୁଗୋଳ ଜିଲ୍ଲାରୁ ଅନେକ ପ୍ରତିଭା ବାହାରି ରାଜ୍ୟ ସ୍ତରୀୟ କ୍ରିକେଟ ରେ ଅଂଶ ଗ୍ରହଣ କରିବା ସହିତ ଅନୁଗୋଳ କଦମ ପଡ଼ିଆ ଠାରେ ଏକାଡେମୀ ପ୍ରତିଷ୍ଠା କରି ବହୁ ଲୁକ୍କାୟିତ ଖେଳାଳି ଙ୍କୁ ତାମିଲ ଦିଆଯାଉଥିବା କହିଛନ୍ତି। ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ର ସଭାପତି ତଥା ସ୍ଥାନୀୟ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଜିଲ୍ଲାର କିଶୋର ଓ ଯୁବ କ୍ରିକେଟ ଖେଳାଳୀ ମାନେ ଚମତ୍କାର ଖେଳୁଛନ୍ତି। ରାଜ୍ୟ କ୍ରିକେଟର ବିଭିନ୍ନ ଫର୍ମାଟରେ ସେମାନେ ଅଂଶଗ୍ରହଣ କରି ଜିଲ୍ଲା ପାଇଁ ଗୌରବ ଆଣୁଛନ୍ତି।
ସେ କହିଲେ ମିଲନ ସାମଲ, ଶ୍ରେୟାସ ଭରଦ୍ବାଜ, ମୋକ୍ଷିତ ପାନାକଲ, ଶଶାଙ୍କ ପାନାକଲ, ଆୟୁଷ ବାରିକଙ୍କ ଭଳି ଉଦୀୟମାନ ଖେଳାଳୀଙ୍କ ଯୋଗୁଁ ଜିଲ୍ଲା କ୍ରିକେଟର ମାନ ବଢ଼ିଛି। ବହୁ ଯୁବ ଖେଳାଳି ପ୍ରତ୍ୟେକ ଦିନ କଦମ ପଡ଼ିଆ କୁ କ୍ରିକେଟ ଅଭ୍ୟାସ ପାଇଁ ଆସୁଥିବା କାରଣରୁ କ୍ରିକେଟ ଖେଳ ଓ ଖେଳାଳୀ ଉଭୟ ଙ୍କ ଉନ୍ନତି ପାଇଁ କଦମ ପଡିଆ ରେ ୫.୫୦ କୋଟି ଟଙ୍କା ବ୍ୟୟରେ ଫ୍ଲଡ ଲାଇଟ ଲଗାଯିବ। ଜିନ୍ଦଲ ଆନୁକୁଲ୍ୟରେ ଏକ ପ୍ଲେୟରସ ପାଭିଲିଆନ ନିର୍ମାଣ କରାଯିବ। ଯୁବ ଖେଳାଳିଙ୍କ ଭବିଷ୍ୟତ ପାଇଁ ରାଜ୍ୟ ବାହାରୁ କୋଚ ଅଣାଯାଇ ତାଲିମ ଦିଆଯିବ। ଏହି ସାମ୍ବାଦିକ ସମ୍ମିଳନୀରେ ସଂଘର ଉପ ସଭାପତି ପ୍ରଭାତ କୁମାର ସିହ୍ନା, ଅରୁଣ ପୁଷ୍ପାଳକ, ଯୁଗ୍ମ ସମ୍ପାଦକ ଗଙ୍ଗାଧର ପଟ୍ଟନାୟକ, ସତ୍ୟେନ୍ଦ୍ର ପ୍ରଧାନ ଓ କୋଷାଧ୍ୟକ୍ଷ ରଞ୍ଜନ କୁମାର ଧୂର ସାମନ୍ତି ଓ ଆଇନ ପରାମର୍ଶଦାତା ଭୂପେଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।