ମୁନୁସ ପଦର ଗ୍ରାମ ପୁଣି ଚର୍ଚ୍ଚାରେ , କାଛୁ କୁଣ୍ଡିଆ ଭଳି ରୋଗରେ ଅନେକ ଶିଶୁ ଆକ୍ରାନ୍ତ।

ରାୟଗଡା (ଗୋପୀନାଥ ଗୌଡ଼): ପୁଣି ମୁନୁସ ପଦର ଗ୍ରାମର ଶିଶୁ ମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା କୁ ନେଇ ଚର୍ଚ୍ଚା କୁ ଆସିଛି। ଗତ ଏକ ଵର୍ଷ ପୂର୍ବେ ଏଠାରେ ଡ଼ିପଥେରିଆରେ ରୋଗରେ ଆକ୍ରାନ୍ତ ହୋଇଛି ୫ ଜଣ ଶିଶୁ ମୃତ୍ୟୁ ଵରଣ କରିଥିଲେ। ତେଣୁ ସ୍ଥାନୀୟ ଲୋକେ ଭୟଭୀତରେ ରହିଥିବା ପ୍ରକାଶ କରଛନ୍ତି। ରାୟଗଡା ଜିଲ୍ଲାର କାଶୀପୁର ବ୍ଲକ ମୁନୁସ ପଦର ଗ୍ରାମରେ ପୁଣି ଶିଶୁଙ୍କ ଠାରେ କାଛୁ କୁଣ୍ଡିଆ ଭଳି ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇ ଥିବାର ଜଣା ଯାଇଛି ।କିଛି ଜଣ ଶିଶୁଙ୍କ ଆଙ୍ଗୁଠି ସନ୍ଧିରେ ଘା, ହୋଇ କାଛୁ କୁଣ୍ଡିଆ ଭଳି ରୋଗ ଦେଖାଦେଇ ଥିବା ବେଳେ ପରିବାର ଲୋକେ ଅନ୍ଧ ବିଶ୍ଵାସର ବଶବର୍ତ୍ତୀ ହୋଇ ପୂଜାପାଠ କରାଉ ଥିବାର ଜଣାଯାଇଛି ।ଗତବର୍ଷ ଚିକିତ୍ସା ଅବହେଳାରୁ ମେ ରୁ ଜୁନ ଏକ ମାସମଧ୍ୟରେ ଗ୍ରାମର ପାଞ୍ଚ ଶିଶୁଙ୍କ ମୃତ୍ୟୁ ହୋଇଥିଲା ।

ମୁନୁସ ପଦର ଗ୍ରାମରେ ଚାରି ଜଣ ଏବଂ ବ୍ରହ୍ମପୁର ବଡ଼ ଡାକ୍ତର ଖାନାର ଜଣେ ଶିଶୁଙ୍କ ଚିକିତ୍ସା ଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।ମୃତକଙ୍କ ଶବ ବ୍ୟବଚ୍ଛେଦ ପରେ ଶିଶୁ ମାନେ ଡ଼ିପଥେରିଆରେ ଆକ୍ରାନ୍ତ ଥିଲେ ବୋଲି ଜଣା ଯାଇଥିଲା ।ଅପପୁଷ୍ଟି ଶିକାର ଏବଂ ଚିକିତ୍ସାରେ ବିଳମ୍ବ ଯୋଗୁଁ ଶିଶୁ ମାନଙ୍କ ଅକାଳ ବିୟୋଗ ଘଟି ଥିବାର ବିଶେଷଜ୍ଞଙ୍କ-ବିଶ୍ଳେଷଣରୁ ଜଣା ପଡିଛି ।ଏହି ସମୟରେ ପ୍ରଶାସନ ଏବଂ ଡାକ୍ତରୀ ଟିମର ତତ୍ପରତାରୁ ଶିଶୁ ମୃତ୍ୟୁ ଏବଂରୋଗକୁ ଆୟତ୍ତ କରାଯାଇ ଥିଲା ।ଶାସକ ଏବଂ ବିରୋଧୀ ଦଳର ନେତୃବୃନ୍ଦମୁନୁସ ପଦର ଗ୍ରାମକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ପରେ ଗ୍ରାମବାସୀଙ୍କୁ ନିରାପଦ ବିଶୁଦ୍ଧ ପାନୀୟ ଜଳଯୋଗାଣ ବ୍ୟବସ୍ଥା ଏବଂଆଇ ସିଡିଏସ ଜରିଆରେ ଶିଶୁଙ୍କୁ ପୁଷ୍ଟିକର ଆହାର ଯୋଗାଣ ଏବଂ ସ୍ୱାସ୍ଥ୍ୟରକ୍ଷାରେ ସଚେତନତା ପାଇଁ ବୃଦ୍ଧି ପଦକ୍ଷେପ ଏବଂଯାତାୟତ ସୁବିଧାପାଇଁ ଡ଼ି,ମୁର୍କା ଠାରୁ ମୁନୁସ ପଦର ପର୍ଯ୍ୟନ୍ତପକ୍କା ରାସ୍ତା ନିର୍ମାଣ ପାଇଁ ଗୁରୁତ୍ବ ଦେଇଥିଲେ ।

ବର୍ଷା ଯୋଗୁଁ ପୂର୍ବାପେକ୍ଷା ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡି ଥିଲା ବେଳେ ପାନୀୟ ଜଳର ସମସ୍ୟା ମଧ୍ୟ ସମ୍ପୂର୍ଣ୍ଣ ଭାବେ ଦୂର କରାଯାଇ ପାରି ନ ଥିବାର ଜଣା ଯାଇଛି ।ଗତ ଦିନରେ ମୁନୁସ ପଦର ଉପର ସାହିରେ ଥିବା ନଳ କୁପ ଦୂଷିତ ପାଣି ବାହାରୁ ଥିବାରୁ ପାନୀୟ ଉପଯୋଗୀ ହୋଇ ପାରୁ ନ ଥିବାର ଅଭିଯୋଗ।କିନ୍ତୁ ଗତ କିଛି ତଳେ ଉତ୍କଳ ଆଲୁମିନା ପକ୍ଷରୁତଳ ସାହିରେଏକ ନଳକୁପ ବସା ଯାଇଛି ।ଏଠାରେ ଏକ ଅଙ୍ଗନ ୱାର୍ଡ କେନ୍ଦ୍ର ଥିଲେ ସୁଦ୍ଧା ଅଙ୍ଗନ ୱାଡ଼ି କର୍ମୀ ନିୟମିତ ଆସୁ ଥିବାର ଗ୍ରାମବାସୀଙ୍କ ଅଭିଯୋଗ ।ଶିଶୁଙ୍କ ସ୍ୱାସ୍ଥ୍ୟ ସମସ୍ୟା ନେଇ କାଶୀପୁର ସିଏଚସି ଇନଚାର୍ଜ ଡାକ୍ତର ଏନ ଏନ ନାୟକଙ୍କୁ ଯୋଗାଯୋଗ କରିବାରୁ ଚିକିତ୍ସା ପାଇଁ ମେଡିକାଲ ଟିମକୁ ପଠାଇବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *

error: Content is protected !!