ଗ୍ରାମରେ ମଦ ବିକ୍ରୀକୁ ବିରୋଧ କରି ଥାନାର ଦ୍ୱାରସ୍ଥ ହେଲେ ମହିଳା

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ଗ୍ରାମ ପଞ୍ଚାୟତର ବଳିପାଲି ଗ୍ରାମରେ ବ୍ୟାପକ ମାତ୍ରାରେ ଦେଶୀ ଓ ବିଦେଶୀ ମଦ ବିକ୍ରି ହେଉଛି। ଏଣୁ ଏଥିରେ ଅତିଷ୍ଠ ହୋଇ ଗ୍ରାମର ମହିଳାମାନେ ଏକତ୍ରିତ ହୋଇ ମଦ ବିକ୍ରି ବନ୍ଦ ପାଇଁ ବୀରମହାରାଜପୁର ଥାନାର ଦ୍ବାରସ୍ଥ ହୋଇଛନ୍ତି। ଥାନାରେ ଥାନା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଅଭିଯୋଗ ଅନୁସାରେ କେନଝିରିଆପାଲି ପଞ୍ଚାୟତର ବଳିପାଲି ସମେତ କଦଳୀପାଲି ଛକ, କେନଝିରିଆପାଲି, ଅମାତପାଲି ଛକ, ଖଇରମାଲ, ଜଟିଆପାଲି ଛକ, ଅଚଣ୍ଡା ଆଦି ଗ୍ରାମରେ ବ୍ୟାପକ ମାତ୍ରାରେ ଦେଶୀ ବିଦେଶୀ ମଦ ବିକ୍ରି ହେଉଛି।

ମଦ ପିଇ ମଦ୍ୟପାମନେ ରାସ୍ତାରେ ଗଡୁଛନ୍ତି। ଉକ୍ତ ରାସ୍ତାଦେଇ ଛାତ୍ରୀ ଓ ମହିଳାମାନେ ଯିବା ଆସିବାବେଳେ ଆଶା ଆଶଙ୍କାରେ ଯାତାୟାତ କରୁଛନ୍ତି। ଏହା ସହିତ ବଳିପାଲି ଗ୍ରାମରେ ମଧ୍ୟ ବେଧଡକ ମଦ ବିକ୍ରି ହେଉଛି। ଅଭିଯୋଗ କଲେ ମଧ୍ୟ ଅବକାରୀ ବିଭାଗ କୌଣସି ପଦକ୍ଷେପ ନେଉ ନାହିଁ। ଅଭିଯୋଗ ପାଇଁ ବୀରମହାରାଜପୁର ଅବକାରୀ କାର୍ଯ୍ୟାଳୟକୁ ଗଲେ ଅଧିକାଂଶ ସମୟରେ କାର୍ଯ୍ୟଳୟରେ ତାଲା ପଡ଼ିଥିବା ଦେଖିବାକୁ ମିଳୁଛି। ମଦ ଯୋଗୁଁ ବଳିପାଲି ଗ୍ରାମରେ ଅନେକ ସମୟର ଗଣ୍ଡଗୋଳ ହେଉଛି। ମଦ ପିଇ ଅନେକ ବ୍ୟକ୍ତି ବିଭିନ୍ନ ରୋଗରେ ଅସମୟରେ ମୃତ୍ୟୁବରଣ କରୁଛନ୍ତି। ତେଣୁ ଗ୍ରାମର ମହିଳାମାନେ ସୋମବାର ଦିନ ଗ୍ରାମରେ ଏକ ସଭା କରିଥିଲେ। ଗ୍ରାମରେ ମଦ ବିକ୍ରି ବନ୍ଦ କରିବା ସହିତ ମଦ ପିଇ ଗାଳିଗୁଲଜ କଲେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତାବ କରାଗଲା।

ମହିଳାଙ୍କ ବୈଠକର ନିଷ୍ପତ୍ତିକ୍ରମେ ବଳିପାଲି ଗ୍ରାମର ଶତାଧିକ ମହିଳା ବୀରମହାରାଜପୁର ଥାନାକୁ ଯାଇ ମଦ ବନ୍ଦ ପାଇଁ ଅଭିଯୋଗ କରିଛନ୍ତି। ଆଗକୁ ଯଦି ଗ୍ରାମରେ ମଦ ବନ୍ଦ କୌଣସି ପଦକ୍ଷେପ ନିଆ ନ ଯାଏ ଆନ୍ଦୋଲାନତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ମହିଳାମାନେ ପ୍ରକାଶ କରିଛନ୍ତି। ଏନେଇ ବୀରମହାରାଜପୁର ଅବକାରୀ ଏସଆଇ ଭାରତ ମିଶ୍ରଙ୍କୁ ପଚାରିବାରୁ ବଳିପାଲି ଗ୍ରାମରେ ବେଆଇନ ମଦ ବିକ୍ରି ହେଉଥିବା ଅଭିଯୋଗ ହୋଇନାହିଁ। ଯଦି ମଦ ବିକ୍ରି ହେଉଛି ଆମେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ବୋଲି ପ୍ରକାଶ କରିଛନ୍ତି

Leave a Reply

Your email address will not be published. Required fields are marked *

error: Content is protected !!