ନିୟମଗିରିରୁ “ଦୁଆରେ ପ୍ରଶାସନ” କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ରାୟଗଡା ଜିଲ୍ଲାପାଳ

ରାୟଗଡ଼/ଵିଷମକଟକ (ଗୋପୀନାଥ ଗୌଡ଼): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଐତିହାସିକ ତଥା ଲୋକାଭିମୁଖୀ ଯୋଜନା ‘ପିଏମ ଜନମନ’ ଲକ୍ଷ୍ୟ ସହ ସମ୍ୱନ୍ୱିତ ଏକ ଅନନ୍ୟ ପ୍ରୟୋଗ ଭାବେ ରାୟଗଡା ଜିଲ୍ଲା ପ୍ରଶାସନ, ଓଡ଼ିଶାର ପ୍ରଥମ କରି (ପିଭିଟିଜି), ବିଶେଷ ଭାବେ ପ୍ରଭାବିତ ଜନଜାତିଙ୍କ ଘର ପର୍ଯ୍ୟନ୍ତ ସେବା ପହଞ୍ଚାଇବ। ରାୟଗଡା ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହ ବିଷମକଟକ ବ୍ଲକ ନିୟମଗିରିର କୁର୍ଲି ପଞ୍ଚାୟତ ଠାରେ ଉଦଘାଟନ ହୋଇଯାଇଛି I ବିଷମକଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବ ପଟନାୟ, ସହକାରୀ ଯନ୍ତ୍ରୀ ଝରଣା ତ୍ରିପାଠୀଙ୍କ ପରିକଳ୍ପନା ଓ ମିଳିତ ଉଦ୍ୟମରେ ନିୟମଗିରି ଖମ୍ବେସୀ ଗ୍ରାମ ଠାରୁ “ଦୁଆରେ ପ୍ରଶାସନ” କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।

ବିଷମକଟକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଅଧୀନରେ ଥିବା ପିଭିଟିଜି ପଞ୍ଚାୟତ ଓ ସେଥିରେ ବସବାସ କରୁଥିବା ହିତାଧିକାରୀ ମାନଙ୍କୁ ଘର ପର୍ଯ୍ୟନ୍ତ ଭତ୍ତା ପହଞ୍ଚାଇବା ଯୋଜନାର ପ୍ରୟାସ କରାଯାଇଛି I ନିୟମଗିରିର ଶତାଧିକ ହିତାଧିକାରୀଙ୍କ ଜୀବନକୁ ସିଧାସଳଖ ପ୍ରଭାବିତ କରିବ ବୋଲି କାର୍ଯ୍ୟକାରି କରାଯାଇଛି Iପିଭିଟିଜି ଅଞ୍ଚଳର ହିତାଧିକାରୀଙ୍କ ନିମନ୍ତେ ଭତ୍ତା ବିତରଣ ପାଇଁ ବିଶେଷ ଡିଜାଇନ୍ ଥିବା ଲିଫାଫା ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଛବି ସହିତ ଘରେ ଘରେ ପେନସନ ପହଞ୍ଚାଇବାର ପ୍ରୟାସ କରାଯାଇଥିବା ଦେଖିବାକୁ ମିଳିଛି। ଏନଏସଏପି ଯୋଜନା ଅଧୀନ ଡିବିଟି ମାଧ୍ୟମରେ ପେନସନ ରାଶି ହିତାଧିକାରୀଙ୍କ ଖାତାକୁ ସିଧାସଳଖ ଯାଉଛି। କିନ୍ତୁ, ମଧୁବାବୁ ପେନସନ୍ ଯୋଜନା (ଏମବିପିୱାଇ) ହିତାଧିକାରୀ ମାନଙ୍କୁ ନିକଟସ୍ଥ ଗ୍ରାମପଞ୍ଚାୟତରୁ ଯାଇ ଆଣିବାକୁ ପଡୁଛି I

ଭୌଗଳିକ ଦୃଷ୍ଟିରୁ ଓ ଦୂର୍ଗମ ପାହାଡ଼, ଜଙ୍ଗଲ ଅଞ୍ଚଳ ଦେଇ ମାଇଲ୍ ମାଇଲ୍ ଚାଲି ନିକଟସ୍ଥ ପଞ୍ଚାୟତକୁ ଆସିବାକୁ ହିତାଧିକାରୀ ବାଧ୍ୟ ହେଉଥିଲେ। କିନ୍ତୁ, ଏହି ପ୍ରୟୋଗ ଦ୍ୱାରା ନିୟମଗିରି ଅଞ୍ଚଳର ହିତାଧିକାରୀଙ୍କ “ଘର ପର୍ଯ୍ୟନ୍ତ ପେନ୍ସନ ପହଞ୍ଚାଇବା” ର ବାଟ ଆପଣେଇଛି ବିଷମକଟକ ବ୍ଲକ ପ୍ରଶାସନ।କେବଳ ଭତ୍ତା ବଣ୍ଟନ ନୁହେଁ ବରଂ ଲୋକଙ୍କ ସହିତ, ଲୋକଙ୍କ ପାଇଁ ପ୍ରଶାସନ, ସମାଜର ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ସେବା ପହଞ୍ଚାଇବାର ଏକ ଉଦ୍ୟମ, ଏବଂ ରାୟଗଡା ଜିଲ୍ଲା ଏହି ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି ବୋଲି ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ପ୍ରକାଶ କରିଛନ୍ତି ”। ‘ଦୁଆରେ ପ୍ରଶାସନ’ କାର୍ଯ୍ୟକ୍ରମ ମାଧ୍ୟମରେ କୁର୍ଲି ପଞ୍ଚାୟତ ର ପାଖା ପାଖି ୫୨୦, କାଙ୍କୁବାଡି କୁର୍ମା ଗ୍ରାମର ୩, ଚାଞ୍ଚଡାଗୁଡା ର ୨୮୦ ଏବଂ ଡାଲିଆକୁଜି ଗ୍ରାମ ପଞ୍ଚାୟତ ର ୨୮୪, ଏହିଭଳି ଚାରୋଟି ପିଭିଟିଜି ପଞ୍ଚାୟତର ପାଖାପାଖି ୧୧୧୭ ରୁ ଅଧିକ ହିତାଧିକାରୀ ଏହି ଯୋଜନା ଦ୍ୱାରା ଲାଭାନ୍ବିତ ହେବେ ବୋଲି ବିଷମକଟକ ବିଡିଓ ଶିବ ପଟନାୟକ ପ୍ରକାଶ କରିଛନ୍ତି I

Leave a Reply

Your email address will not be published. Required fields are marked *

error: Content is protected !!