ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ଆନୁକୁଲ୍ୟରେ ଓଡିଶା ସରକାରଙ୍କ ଓ ଜିଲ୍ଲା ସଂସ୍କୃତି ପରିଷଦ ସୁବର୍ଣ୍ଣପୁର ସହଯୋଗ ରେ ଆସନ୍ତା ଜାନୁୟାରୀ ୧ରେ ହେବାକୁ ଥିବା ପାରମ୍ପରିକ ଲୋକନୃତ୍ୟ ଓ ସଂଗୀତ ଉତ୍ସବ “ପଏଁରୀ ତିହାର” ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି l ଲଡୁକିଶୋର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭା ରେ ସଂପାଦକ ଚୌଧୁରୀ ବିଭାର ବିଗତ ବର୍ଷର ଆୟ ବ୍ୟୟ ବିଷୟରେ ଆଲୋକପାତ କରିଥିଲେ । ଏ ବର୍ଷ ଜିଲ୍ଲାର ଲୋକ କଳା ତଥା ଜିଲ୍ଲାର ବରିଷ୍ଠ ଲୋକ କଳାକାର ମାନଂକ ଦ୍ବାରା ମଞ୍ଚ ରେ ପୁରୁଣା ଲୋକ ଗୀତ ଓ ଲୋକ ନୃତ୍ୟ ପରିବେଷଣ କରାଯିବ ବୋଲି ଚୌଧୁରୀ ବିଭାର ସୂଚନା ଦେଇଥିଲେ ।
ମାଁ ସୁରେଶ୍ୱରୀଙ୍କ ମନ୍ଦିର ପରିସରରେ ପୂଜାଅର୍ଚ୍ଚନା ସହିତ ମଶାଲ ଶୋଭାଯାତ୍ରା ଆରମ୍ଭ ହେବ । ଏବଂ ପଶ୍ଚିମ ଓଡିଶାର ରାଧା କୃଷ୍ଣ ଦଣ୍ଡ ନୃତ୍ୟ ବିଷୟରେ ଦଣ୍ଡ ଗୁରୁ ମାନଙ୍କୁ ନେଇ ସେମିନାର ଓ କର୍ମଶାଳା କରିବାପାଇଁ ଉପଦେଷ୍ଟା ଶ୍ରୀବତ୍ସ ମଲ୍ଲିକ ଓ ଅଭିମନ୍ୟୁ କୁଶଳ ପ୍ରସ୍ତାବ ଦେଇଥିଲେ । ଏହି ବୈଠକରେ ଉପ ସଭାପତି ଶ୍ରୀ ପ୍ରଫୁଲ୍ଲ ନାଏକ ସହିତ ସହ-ସଂପାଦକ ପୃଥିରାଜ ବାଗ କୋଷାଧ୍ୟକ୍ଷ- ସୁଶାନ୍ତ ସାହୁ, ଗୋପାଳ ମେହେର, ସୋମ୍ୟରଂଜନ ସେଠି ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ l
