ରାୟଗଡା(ଗୋପୀନାଥ ଗୌଡ଼): ରାୟଗଡାର ନୂତନ ବସଷ୍ଟାଣ୍ଡ ଙ୍କୁ ସଂଯୋଗ କରୁଥିବା ଓଭରବ୍ରିଜ ର କାମ ଜାତୀୟ ରାଜ ରାଜପଥ ବିଭାଗ ଦ୍ୱାରା ଆରମ୍ଭ ହୋଇଛି । ସେଥିପାଇଁ ଓଭରବ୍ରିଜ ତଳେ କୌଣସି ପ୍ରକାର ବ୍ୟବସାୟ ନ କରିବା ପାଇଁ, ପୌରପରିଷଦ ତରଫରୁ ଅନୁରୋଧ କରାଯାଇଛି। ପର୍ଯ୍ୟାୟକ୍ରମେ ପୌରପରିଷଦ ତରଫରୁ ରାମକୃଷ୍ଣନଗର ଏବଂ ଏବଂ କସ୍ତୁରୀନଗର ରେ ପରିବା ବଡ ବଜାର ଖୋଲାଯାଇଥିଲା ଏବଂ ବେପାର ଆରମ୍ଭହେଇଥିଲା । ଦଶହରା ଓ ଦିପାବଳୀ କୁ ନଜରରେ ରଖ୍ ପରିବା ଏବଂ ଫଳ ବ୍ୟବସାୟୀ ବ୍ରିଜ ତଳକୁ ଫେରିଯାଇଥିଲେ । ଯେହେତୁ ଏହି ଓ ଓଭରବ୍ରିଜ ଦୁର୍ବଳ ଅବସ୍ଥାରେ ।ରେ ଅଛି ଏହାର ହାର ନିର୍ମାଣ କାର୍ଯ୍ୟ ଅତିଜରୁରୀ ଏବଂ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ବ୍ରିଜ ତଳେ ବ୍ୟବସାୟ ନକରିବା ପାଇଁ ପୌରପରିଷଦ ତରଫ ରଫରୁ ପୁଣି ଅନୁରୋଧ କରାଯାଉଅଛି ।
ସମସ୍ତ ବ୍ୟବସାୟୀ ରାମକୃଷ୍ଣ ନଗର ଠାରେ ଥିବା ଅସ୍ଥାୟୀ ଦୈନିକବଜାର ଏବଂ କସ୍ତୁରୀ ନଗରରେ ଥିବା ବିଜୁପଟ୍ଟନାୟକ ମାର୍କେଟକମ୍ପ୍ଲେକ୍ସ କୁ ସ୍ଥାନାନ୍ତର ହେବାପାଇଁ ପୁଣିଥରେ ଅନୁରୋଧ କରାଯାଉଅଛି । ଆର.ଏମ.ସି (ନିର୍ଦ୍ଧାରିତ ମାର୍କେଟ କମ୍ପ୍ଲେକ୍ସ, ତୁମ୍ବିଗୁଡ ଗୁଡା) ଠାରେ ପରିବା ବ୍ୟବସାୟ ପାଇଁ ଉଦ୍ଧିଷ୍ଟ ଅଟେ। ସମସ୍ତ ବ୍ୟବସାୟୀ ନିଜର ସୁବିଧା ଅନୁଯାୟୀ ପୌର ପୌରପରିଷଦ ଦ୍ବାରା ନିର୍ଦ୍ଦିଷ୍ଟ ହେଇଥିବା ଜାଗାରେ ଗାରେ ବ୍ୟବସାୟ କରନ୍ତୁ। ଓଭରବ୍ରିଜ ତଳେ ଏବଂ ଦୁଇ ପାର୍ଶ୍ବରେ ବ୍ୟବସା ବ୍ୟବସାୟ କରିବା ସଂମ୍ପୁର୍ଣ୍ଣ ନିଷେଧ । ପୌରପରିଷଦ ଷଦର ଅଧ୍ୟକ୍ଷ ମହେଶ ପଟ୍ଟନାୟକ ସମସ୍ତ ଜନସାଧାରଣଙ୍କୁ ନିର୍ଦ୍ଧାରିତ ଦୈନିକ ବଜାରରୁ କିଣା ଓ ବିକା କରିବାକୁ ଅନୁରୋଧ କରିଛନ୍ତି ।
ପୌରପରିଷଦ ର କାର୍ଯ୍ୟନିର୍ବାହୀ ଅଧୂକାରୀ କୁଳଦୀପ କୁମାର ସମସ୍ତ ମୌଳିକ ସୁବିଧା ଏହି ଦୈନିକ ବଜାରରେ ଯୋଗାଇ ଦିଆଯିବ ବୋଲି କହିଛନ୍ତି। ଏଥିସହିତ ପର୍ଯ୍ୟାୟ କ୍ରମେ ସେଠାରେ ପିଣ୍ଡି ନିର୍ମାଣ ସହିତ ପାର୍କିଂ, ଶୌଚାଳୟ, ପାଣିର ସ୍ଥାୟୀ ବ୍ୟବସ୍ଥା କରାଯିବ ବୋଲି ମତ ପ୍ରକାଶ କରିଛନ୍ତି । ସେଥ୍ପାଇଁ ପୁଣିଥରେ ସେ ସମସ୍ତ ବ୍ୟବସାୟୀଙ୍କୁ ନିର୍ଦ୍ଧାରିତ ସ୍ଥାନରେ ହିଁ ବ୍ୟବସାୟ କରିବାକୁ ପୌରପରିଷଦ ପକ୍ଷରୁ ଅନୁରୋଧ କରିଛନ୍ତି । ଜନସାଧାରଣ ଙ୍କ ସୁରକ୍ଷା ଦୃଷ୍ଟିରୁ ଓଭରବ୍ରିଜ ତଳେ ସମସ୍ତ ବ୍ୟବସାୟକୁ ବାରଣ କରାଯାଉଅଛି ।
