ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ସ୍ଥାନୀୟ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବିଡିଓ ଦୁତିକୃଷ୍ଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଶିବିର ଅବସରରେ ମାତ୍ର ବ୍ଯକ୍ତିଗତ ୭ ଗୋଟି ଅଭିଯୋଗ ଦାଖଲ ହୋଇଥିବା ବେଳେ ସେଗୁଡିକର ସମାଧାନ ହୋଇଥିଲା। ଉକ୍ତ ଶିବିରରେ ସିଡିପିଓ ବବିତା କୁମାରୀ ପଣ୍ଡା ,ବାଘୁଆ ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ବିଶ୍ବ ଜୀବନ ମହାପାତ୍ର,ଏଟିଓ ସୁନନ୍ଦ ଶେଖର ସାହାଣୀ, କୃଷି ଅଧିକାରୀ ହରପ୍ରିୟା ବେହେରା , ଆରଡବ୍ଲୁଏସଏସ ଯନ୍ତ୍ରୀ ରାମା ରାଓ , ବିଦ୍ଯୁତ୍ ବିଭାଗ ଯନ୍ତ୍ରୀ ଜ୍ଯୋତିଷ ପଟ୍ଟନାୟକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।
