ଧୀରେ ଧୀରେ ସୁସ୍ଥ ହେଉଛନ୍ତି କିମ୍ବଦନ୍ତୀ ଅଭିନେତା ଧର୍ମେନ୍ଦ୍ର

ମୁମ୍ବାଇ (ଶ୍ରୀକ୍ଷେତ୍ର ନ୍ୟୁ୍ଜ଼ ବ୍ୟୁରୋ) : ଗତକାଲି ଠାରୁ ବିଭିନ୍ନ ନାମୀ ଦାମୀ ଗଣମାଧ୍ୟମରେ କିମ୍ବଦନ୍ତୀ ଅଭିନେତା ଧର୍ମେନ୍ଦ୍ରଙ୍କ ବିଷୟରେ ଭୁଲ ଓ ଦାୟିତ୍ୱହୀନଖବର ପ୍ରସାରଣ କରାଯାଇଛି।ବଲିଉଡ୍‌ ଅଭିନେତା ଧର୍ମେନ୍ଦ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିବା ସହ ସେ କ୍ରମଶଃ ସୁସ୍ଥ ହେଉଛନ୍ତି। ୮୯ ବର୍ଷୀୟ ଅଭିନେତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ମିଥ୍ୟା ଖବର ପ୍ରସାର ନ କରିବାକୁ ଧର୍ମେନ୍ଦ୍ରଙ୍କ ଝିଅ ଈଶା ଦେଓଲ ମଙ୍ଗଳବାର ଗଣମାଧ୍ୟମକୁ କହିଛନ୍ତି।

ମୁମ୍ବାଇର ବ୍ରିଚ୍‌କାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଧର୍ମେନ୍ଦ୍ରଙ୍କୁ ଅବ୍‌ଜରଭେଶନରେ ରଖାଯାଇଛି।ପରିବାରକୁ ପ୍ରାଇଭେସି ଦେବା ଲାଗି ଈଶା ନିବେଦନ କରିଛନ୍ତି। ଧର୍ମେନ୍ଦ୍ରଙ୍କ ସମ୍ପର୍କରେ ଦାୟିତ୍ୱହୀନ ଖବର ପ୍ରସାରଣକୁ ତାଙ୍କ ସ୍ତ୍ରୀ ହେମା ମାଳିନୀ ସମାଲୋଚନା କରିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!