ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣ ଲୋକ ମହୋତ୍ସବ ଓ ରାଜ୍ୟସ୍ତରୀୟ ପଲ୍ଲିଶ୍ରୀ ମେଳା ଆସନ୍ତା ଜାନୁୟାରୀ ୭ରୁ ୧୧ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ରାମେଶ୍ବର ଷ୍ଟାଡିୟମ ଠାରେ ଆୟୋଜିତ ହେବାନେଇ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ଅଫିସ ସଭା ଗୃହ ଠାରେ ଜିଲ୍ଲାପାଳ ଡ.ନୃପରାଜ ସାହୁ ଙ୍କ ସଭାପତିତ୍ବ ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ସଭା ରେ ଏସପି ନାରାୟଣ ନାଏକ, ଏ ଡି ଏମ୍ ରାଜେନ୍ଦ୍ର ମାଝୀ, ଏ ଡି ଏମ୍ ଅଞଳୀନା ପଧାନ ସୋନପୁର ଉପଜିଲ୍ଲାପାଳ ଡ଼ ସୈ।ମ୍ୟରୂପା ରଥ, ବୀରମହାରାଜପୁର ଉପଜିଲ୍ଲାପାଳ ସୁରେନ୍ଦ୍ର ମେହେର ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ , ସହର ର ସମସ୍ତ ସ୍ବେଛାସେବୀ ଅନୁଷ୍ଠାନ କର୍ମ କର୍ତ୍ତା, ସ୍କୁଲ କଲେଜ କର୍ତ୍ତୃପକ୍ଷ, ବୁଦ୍ଧିଜୀବୀ,ବରିଷ୍ଠ ନାଗରିକ ସଂଘ ସଦସ୍ୟ ଯୋଗ ଦେଇ ଏହି ଉତ୍ସବ କୁ ଅତ୍ୟନ୍ତ ଜାକଜମକ ରେ ଶାନ୍ତି ଶୃଙ୍ଖଳା ଓ ସଫଳ ଭାବେ ପରିଚାଳନା ପାଇଁ ବିଭିନ୍ନ ସୁ ଚିନ୍ତିତ ମତାମତ ରଖିଥିଲେ l
ବିଶେଷ କରି ଆରମ୍ଭ ଦିନ ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ଵରୀ ଙ୍କ ମନ୍ଦିର ରୁ ମଶାଲ ଶୋଭାଯାତ୍ରା ବେଳେ ଅନ୍ୟୁନ ୧୦୦୦ ରୁ ଉର୍ଦ୍ଧ୍ବ କଳାକାର ମାନଙ୍କୁ ନେଇ ଥିଏଟର ମାର୍ଚ୍ଚ କରିବାସହ ମେଳା ପରିସରରେ ଫୁଡ୍ କୋର୍ଟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ରାଜ୍ୟ ଓ ରାଜ୍ୟ ବାହାରେ କଳାକାର ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବାପରେ ଗୁରୁତ୍ୱାରୋପ କରାଯାଇଥିଲା।ଏହି ଲୋକ ମହୋତ୍ସବ କୁ ସଫଳତା ର ସହ ଆୟୋଜନ କରିବାପାଇଁ ବିଭିନ୍ନ କମିଟି ମାନ ଗଠନ କରାଯାଇଥିଲା। ଜିଲ୍ଲା ସଂସ୍କୃତି ଅଧିକାରୀ ଜମୁନାପ୍ରଧାନ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଓରମାସ ର ମୁଖ୍ୟ ସମୀର ବାବୁ ବିଭିନ୍ନ କମିଟିର ସମସ୍ତ ଙ୍କ ସହଯୋଗ କାମନା କରିଥିଲେ। ବୈଠକରେ ଗୋରେଖନାଥ ସାହୁ, ଡଃ, ପୁରୁଷୋତ୍ତମ ମିଶ୍ର, ଶ୍ୟାମା୍ॐ ପ୍ରସାଦ ମିଶ୍ର,ପର୍ଶୁରାମ ମିଶ୍ର, ସାସ୍ଵତ ତ୍ରିପାଠୀ, ରତନ ପଟ୍ଟନାୟକ, ଦିଲ୍ଲୀପ ପାତ୍ର, ମନୋରଞ୍ଜନ ତ୍ରିପାଠୀ , ସ୍ଵାଧୀନ ମେହେର , ଗୋବିନ୍ଦ ମହାରଣା ଡଃ ସୈ।ରଭ ରଞ୍ଜନ ଖମାରୀ ,ଶ୍ରଦ୍ଧାଞ୍ଜଳି ମିଶ୍ର, ବେଣିମାଧବ ବେଦବାକ, ଦେବାଶିଷ ପଟ୍ଟନାୟକ, ଶ୍ରୀଧର ବାଗ, ଚୈ।ଧୁରୀ ବିଭାର, ଅନିରୁଦ୍ଧ କୁରକୁରିଆ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
