ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ସରଗିଫୁଲ-୨୦୨୫” ଅନୁଷ୍ଠିତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ତରଭା ବ୍ଲକ ଚାରଭଟା ପି.ଏମ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଡ. ନୃପରାଜ ସାହୁ, ସମ୍ମାନୀତ ଅତିଥି ଭାବରେ ଏଡିଏମ ଅଞଳିନା ପ୍ରଧାନ, ଜିଲ୍ଲା ଶିକ୍ଷା ନିରୀକ୍ଷକ ନରହରି ଜାନୀ ଓ ସଭାପତି ତଥା ଜିଲ୍ଲା ମଙ୍ଗଳ ଅଧିକାରୀ ଅଚ୍ୟୁତା ନନ୍ଦ ସିଂ ଯୋଗ ଦେଇଥିଲେ । ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଜିଲ୍ଲାପାଳ ବେଲୁନ ବିକାଳି ଗଳ୍ପ ମାଧ୍ୟମରେ ପିଲାଙ୍କ ଆତ୍ମ ବିଶ୍ବାସ ବୃଦ୍ଧି କରିବା ସହ ଉତ୍ସାହିତ କରି ଥିଲେ l

ପଙ୍କରୁ ପଦ୍ମ ଫୁଟିବା ଭଳି ଆଦିବାସୀ ସଂପ୍ରଦାୟର ପିଲା ଙ୍କ ମଧ୍ୟରେ ଆତ୍ମବିଶ୍ଵାସ ଓ ପ୍ରତିଭା ଭରି ରହିଛି ବୋଲି ଏଡିଏମ୍ ଶ୍ରୀମତୀ ପଧାନ ମତ ରଖିଥିଲେ l ପରିଶ୍ରମ ଓ ସମୟାନୁବର୍ତ୍ତୀତା ବିଷୟରେ ପରାମର୍ଶ ଦେଇଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଅଞଳିନା ପ୍ରଧାନ, ସମ୍ମାନୀତ ଅତିଥି ଭାବରେ ଉପ ଜିଲ୍ଲାପାଳ ସୌମ୍ୟାରୂପା ରଥ, ତରଭା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଙ୍ଗାରାମ ବୁଡେକ ପ୍ରମୁଖ ଯୋଗଦାନ କରି ସୃଜନ ଶିଳତା, ସୃଜନ ଶିଳ ଲିଖନ, ବକ୍ତୃତା, ଚିତ୍ର, ଓପନ ସ୍ଲୋଗାନ ପ୍ରମୁଖ ବିଭିନ୍ନ ପ୍ରତିଯୋଗୀତା ର କୃତୀ ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରିଥିଲେ lରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave a Reply

Your email address will not be published. Required fields are marked *

error: Content is protected !!