ବଅଁରପାଳ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ କ୍ରୀଡା ଉଦଘାଟନ ସମାରୋହ

ଅନୁଗୁଳ (ଜିତେନ୍ଦ୍ର କୁମାର ସାବୁତ): ବଅଁରପାଳ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ର ୨୯ତମ ବାର୍ଷିକ ଖେଳକୁଦ ସମାରୋହ ସ୍ଥାନୀୟ ପି. ବି. କେ. ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଉଦ୍ ଘlଟିତ ହୋଇଯାଇଅଛି l ଉକ୍ତ କ୍ରୀଡା ସମାରୋହରେ ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ସତ୍ୟବାନ ବରାହ ଅଧ୍ୟକ୍ଷତା କରିଥିଲେ l ମୁଖ୍ୟ ଅତିଥିଭାବେ ବଅଁରପାଳ ତହସିଲଦାର ଶ୍ରୀଯୁକ୍ତ ସୁଶାନ୍ତ କୁମାର ମିଶ୍ର ,ସମ୍ମାନିତ ଅତିଥିଭାବେ ବଅଁରପାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଲୋଚନ ଦାସ ଓ ପି.ବି.କେ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପବିତ୍ର ମୋହନ ପ୍ରଧାନ ମଞ୍ଚାସିନ ଥିଲେ l

ଅନ୍ୟତମ ସମ୍ମାନିତ ଅତିଥିଭାବେ ବିଦ୍ୟାଳୟ ପରିଚାଳନା ସମିତିର ସଂପାଦକ ଶ୍ରୀଯୁକ୍ତ ଅଖିଳ କୁମାର ମହାପାତ୍ର ଓ ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ସୁମନ୍ତ କୁମାର ସାମଲ ମଞ୍ଚାସିନ ଥିଲେ l ପ୍ରଧାନ ଆଚାର୍ଯ୍ୟ ଧର୍ମାନନ୍ଦ ସାହୁ ଅତିଥି ଅଧିକାରୀ ମାନଙ୍କର ପରିଚୟ ପ୍ରଦାନ କରିଥିଲେ l ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଶ୍ରୀଯୁକ୍ତ ତନ୍ମୟ କୁମାର ନାଥ ମଞ୍ଚ ପରିଚାଳନା କରିଥିଲେ ଓ କ୍ରୀଡ଼ା ପ୍ରମୁଖ ସୁଶ୍ରୀ ହେମପ୍ରଭା ସାମଲ ଙ୍କ ତତ୍ତ୍ଵାବଧାନରେ କ୍ରୀଡା ପରିଚାଳନା କରାଯାଇଥିଲା l ସମସ୍ତ ଗୁରୁଜୀ ଗୁରୁମା କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *

error: Content is protected !!