ତହସିଲଦାରଙ୍କ ଉପସ୍ଥିତିରେ ଜବରଦଖଲ ନିର୍ମାଣ ଉଛେଦ

ଅନୁଗୋଳ/ବଅଁରପାଳ(ଅଜିତ କୁମାର ଭୋଇ): ବଅଁରପାଳ ବ୍ଲକ ଗୋତମରା ପଞ୍ଚାୟତ ଅନ୍ତର୍ଗତ ମେଡିକାଲ କଲୋନୀ ମଧ୍ୟରେ ସ୍ଥାନୀୟ ତହସିଲଦାରଙ୍କ ଉପସ୍ଥିତିରେ ଏକ ସରକାରୀ ଯାଗାକୁ ଉଦ୍ଧାର କରାଯିବା ସହ ବେନିୟମ ଭାବେ ନିର୍ମାଣ କରା ଯାଇଥିବା ପାଚେରୀକୁ ହଟେଇ ଦିଆଯାଇଛି l ସୂଚନା ମୁତାବକ ମେଡିକାଲ କଲୋନୀ ମଧ୍ୟରେ ପୂର୍ବରୁ ଗ୍ରୀଡ଼କୋର ଏକ ବିଦ୍ୟୁତ ଟାୱାର ଖୁଣ୍ଟ ଥିଲା ଯାହାକି ପରବର୍ତ୍ତୀ ସମୟରେ ଉଠି ଯାଇଥିଲା ଓ ଉକ୍ତ ଯାଗା ସହ କିଛି ଗୋଚର ଜମି ମଧ୍ୟ ଥିଲା l ଜାଗାଟି ମେଡିକାଲ କଲୋନୀର ମୁଖ୍ୟ ରାସ୍ତାକୁ ଲାଗି ଥିବା ବେଳେ ସମୟକ୍ରମେ ଏହା ଏକ ସରକାରୀ ଯାଗା ବୋଲି କାହାକୁ ଦୃଷ୍ଟିଗୋଚର ହୋଇନଥିଲା l

ତେବେ ଉକ୍ତ ଜମି ପାଖକୁ ଲାଗିଥିବା ଜଣେ ସ୍ଥାନୀୟ ବାସିନ୍ଦା ନିଜ ଜମି ସହ ଉକ୍ତ ଜମିକୁ ନିଜର ବୋଲି ଦାବୀକରି ପାଚେରୀ କରିଥିଲେ l ଏବିଷୟର କଲୋନୀ ବାସିନ୍ଦା ତହସିଲଦାରଙ୍କ ପାଖରେ ଅଭିଯୋଗ କରିଥିଲେ l ଅଭିଯୋଗ ପାଇ ତହସିଲଦାର ସୁଶାନ୍ତ କୁମାର ମିଶ୍ର ଘଟଣାସ୍ଥଳରେ ପହଞ୍ଚି ସରଜମିନି ତଦନ୍ତ କରି ଜବରଦଖଲକାରୀ ଙ୍କୁ ତୁରନ୍ତ ବେନିୟମ ପାଚେରୀ ନିର୍ମାଣ ଭାଙ୍ଗିବାକୁ ନିର୍ଦେଶ ଦେଇଥିଲେ l ତହସିଲଦାରଙ୍କ ଏହି ପଦକ୍ଷେପକୁ ସ୍ଥାନୀୟ ବାସିନ୍ଦା ଭୁୟଁସୀ ପ୍ରଶଂସା କରିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!