ଅନଲାଇନ ସୁରକ୍ଷା ଓ ସାଇବର ଅପରାଧ ସମ୍ବନ୍ଧୀୟ ଜିଲ୍ଲାସ୍ତରୀୟ କର୍ମଶାଳା ଆୟୋଜିତ

ଅନୁଗୋଳ (ଅଜିତ କୁମାର ଭୋଇ): ଆଜି ପୂର୍ବାହ୍ନରେ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ଅଧୀନରେ ଏକ କର୍ମଶାଳା ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି। ଏହି କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ । ଏହି କର୍ମଶାଳାରେ ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ମୀରା ଗଡନାୟକ୍, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଗୌରୀ ଶଙ୍କର ବେହେରା , ତୁରଙ୍ଗ ସରପଞ୍ଚ ଶ୍ରୀ ସମରେନ୍ଦ୍ର ଦେହୁରୀ, ବଡହିଂସର ସରପଞ୍ଚ ଶ୍ରୀ ହୃଷିକେଶ ପ୍ରଧାନ, ଶଙ୍ଖପୁର ସରପଞ୍ଚ ଶ୍ରୀମତୀ ଜ୍ୟୋତିର୍ମୟୀ ଦେହୁରୀ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ସନମସ୍ମିତା ସାହୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ନିରୂପମା ପାଣିଙ୍କ ସହ ଜିଲ୍ଲାର ବିଭିନ୍ନ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ସ୍ୱୟଂ ସହାୟିକା ଗୋଷ୍ଠୀ ଓ କିଶୋର ବାଳିକା ମାନେ ଏହି କର୍ମଶାଳାରେ ଯୋଗ ଦେଇଥିଲେ।

ଏହି କର୍ମଶାଳାରେ ସାଇବର୍ ଏକ୍ସପର୍ଟ ଆଇ.ଆଇ.ସି ଶ୍ରୀ ଖଲେଶ୍ବର ସେଠୀ ଏବଂ ସହଯୋଗୀ ଶ୍ରୀ ଅଶ୍ୱିନ କାନ୍ତ ସାହୁ “ଅନଲାଇନ ସୁରକ୍ଷା ଓ ସାଇବର ଅପରାଧ ” ଉପରେ ବିଶଦ ଭାବରେ ଅବଗତ କରାଇଥିଲେ ଓ କିପରି ଏହି ସାଇବର ଠକେଇରୁ ରକ୍ଷା ପାଇପାରିବେ ସେ ବିଷୟରେ ବିଶେଷକରି ଉପସ୍ଥିତ କିଶୋରୀ ବାଳିକାମାନଙ୍କୁ ସଚେତନ କରାଇଥିଲେ। ପରିତ୍ୟକ୍ତ ଶିଶୁ କନ୍ୟାର ସୁରକ୍ଷିତ ଉଦ୍ଧାର ତଥା ନ୍ୟାୟଗତ ପୋଷ୍ୟସନ୍ତାନ ଗ୍ରହଣ ଉପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କହିଥିଲେ। ମିଶନ ହବର ସମସ୍ତ କର୍ମକର୍ତ୍ତାଗଣ ଏହି କର୍ମଶାଳା କୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!