ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ବିରାମହରାଜପୁର ବ୍ଲକ ସୁବଳୟା ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ରେ ଗୋଷ୍ଠୀ ଶିକ୍ଷ୍ୟା ଅଧିକାରୀ କାର୍ଯ୍ୟାଳୟ ତରଫରୁ ଆଜି ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି ମୁଖ୍ୟ ଅତିଥିଭାବେ ଗୋଷ୍ଠୀ ଶିକ୍ଷ୍ୟା ଅଧିକାରୀ ଅଜୟ ଲୁହା,ମୁଖ୍ୟ ବକ୍ତା ଭାବରେ ରେଆର ସାଧାରଣ ସମ୍ପାଦକ ଅନଙ୍ଗ ନେଗୀ ଏବଂ ଅନ୍ୟତମ ଅତିଥିଭାବରେ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ସ୍ଵର୍ଣ୍ଣଲତା ବେହେରା, ସୁବଳୟା ସି ଆର ସି ସି ମୋନାଲିସା ନନ୍ଦ ଯୋଗ ଦେଇ ଭିନ୍ନକ୍ଷମ ମାନଙ୍କ ଅଧିକାର ବିଷୟରେ ଆଲୋଚନା କରିଥିଲେ l କାର୍ଯ୍ୟକ୍ରମ କୁ ସି ଆର ସି ସି ବିନୟ ବିଶ୍ୱାଳ ସଂଯୋଜନା କରିଥିଲେ, ଏଥିରେ ଭିନ୍ନକ୍ଷମ ଶିଶୁ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇ ପୁରସ୍କୃତ କରାଯାଇଥିଲା।

ସେହିଭଳି ସୁବର୍ଣ୍ଣପୁର ଜିଲ୍ଲା ଅଗ୍ରଣୀ ସାମାଜିକ ଅନୁଷ୍ଠାନ ‘ରେଆର’ ଆନୁକୁଲ୍ୟରେ, ଟାଟା ପାୱାର ପଶ୍ଚିମଓଡ଼ିଶା ବିଦ୍ୟୁତ୍ ବିତରଣ କମ୍ପାନୀ ସହାୟତାରେ ପଣ୍ଡକିଟାଲ ଆରଏମସି ପରିସରରେ ମଧ୍ୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇ ଯାଇଛି ।ଏହି ଅବସରରେ ଡୁଙ୍ଗୁରିପାଲି ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ମୌସୁମୀ ମାଇଟି ମୁଖ୍ୟ ଅତିଥି, ପଣ୍ଡକିଟାଲ ପଞ୍ଚାୟତ ୱାର୍ଡ ମେମ୍ବର ତଥା ସାମାଜିକ କର୍ମୀ ଶ୍ରୀ ନୂତନ ସାହୁ, ପଣ୍ଡକିଟାଲ ଏମବିକେ ରଞ୍ଜୁ ନାଏକ,ଭୀମଭୋଇ ଭିନ୍ନକ୍ଷମ ସଂଘ ଡୁଙ୍ଗୁରିପାଲି ବିପିନ ଷଣ୍ଢ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ ବିଷୟରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।

ଆରମ୍ଭରେ ଭିନ୍ନକ୍ଷମ ମାନଙ୍କ ସାମଗ୍ରୀକ ବିକାଶ ଓ ଥଇଥାନ କାର୍ଯ୍ୟକ୍ରମ ର ସଂଯୋଜକ ମନଗଡୁ ଜୁଆଡି ସ୍ବାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ରେଆର ପ୍ରୋଗ୍ରାମ ମ୍ୟାନେଜର ମନୋଜ କୁମାର ସ୍ବାଇଁ ଅନୁଷ୍ଠାନ ର ଆଭିମୁଖ୍ୟ ଓ ଦିବସ ପାଳନ ଉପରେ ବିସ୍ତୃତ ବର୍ଣ୍ଣନା କରିଥିଲେ । ଏହି ଦିବସ ପାଳନ ଅବସରରେ ଭିନ୍ନକ୍ଷମ ଶିଶୁ ମାନଙ୍କ ମଧ୍ୟରେ ବାସ୍କେଟ ବଲ୍ ଓ ମିଉଜିକ ଚେୟାର ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ରେ ସମ୍ବିଦ ନେଗୀ,ବିଭୂତି ଭୂଷଣ ଅମାତ ଯୋଗଦେଇ ସହଯୋଗ କରିଥିଲେ l ଶେଷରେ ନବୀନ ବଗର୍ତ୍ତି ଧନ୍ୟବାଦ ଅର୍ପଣ ଦେଇଥିଲେ l

Leave a Reply

Your email address will not be published. Required fields are marked *

error: Content is protected !!