ଅନୁଗୋଳ(ଅଜିତ କୁମାର ଭୋଇ): ଆଜି ଅପରାହ୍ନ ରେ ଜିଲ୍ଲା ସ୍ତରୀୟ ପ୍ରଥମ ହରଡ କ୍ରୟ କମିଟି ବୈଠକ ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । କୃଷି ଅଧିକାରୀ ଶ୍ରୀ ଊମା ଶଙ୍କର ମିଶ୍ର Price Support scheme (PSS) ଖରିଫ – ୨୦୨୫ ଯୋଜନା ବିଷୟରେ ଅବଗତ କରାଇଥିଲେ ।ଅନୁଗୋଳ ଜିଲ୍ଲାରେ ୪୯୧୪ ହେକ୍ଟର ଜମିରେ ହରଡ ଚାଷ ହେଊଛି ଏବଂ ଏହାର ଉତ୍ପାଦନ ୨୯ ହଜାର ୪୮୪ କ୍ଵିଣ୍ଟାଲ ହେବାର ସମ୍ଭାବନା ରହିଛି।ଯେଉଁଥୁରୁ ୨ ହଜାର କ୍ଵିଣ୍ଟାଲ ହରଡ pss ଯୋଜନା ମାଧ୍ୟମରେ ବିକ୍ରି କରିବା ପାଇଁ ସ୍ଥିର କରାଯାଇଛି।
ଏହା ଜିଲ୍ଲା ସ୍ତରରେ ଗୋଟିଏ ଲେଖାଏଁ କୃଷକ ଊତ୍ପାଦକ ସଂସ୍ଥା (FPO/FPC) ଦ୍ବାରା କରାଯିବ ବୋଲି ସ୍ଥିର କରାଯାଇଥୁଲା ହରଡ ବିକ୍ରୟ କରିବା ପାଇଁ ଇଚ୍ଛୁକ ଚାଷୀମାନେ ପ୍ରଥମେ e-SAMRIDHI ପୋର୍ଟାଲ ମାଧ୍ୟମରେ ପଞ୍ଜୀକୃତ କରି ପାରିବେ। ଶେଷରେ ଜିଲ୍ଲାପାଳ ବୈଠକ ବିବରଣୀ ଉପସ୍ଥାପନ କରିବାକୁ କହିଥିଲେ। ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ, ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଙ୍କ ପ୍ରତିନିଧ୍ ଶ୍ରୀ ସୁଦିପ ଗଡନାୟକ, ମାନ୍ୟବର ଅନୁଗୋଳ ବିଧାୟକଙ୍କ ପ୍ରତିନିଧ୍ ଶ୍ରୀ ପ୍ରଭାତ କୁମାର ପ୍ରଧାନ, ମାନ୍ୟବର ଛେଣ୍ଡିପଦା ବିଧାୟକଙ୍କ ପ୍ରତିନିଧି ଶ୍ରୀ ଚୌଧୁରୀ ପ୍ରଧାନ,ଅନୁଗୋଳ ଊପଜିଲ୍ଲାପାଳ ଶ୍ରୀ ମାୟାଧର ବେହେରାଙ୍କ ସମେତ କୃଷି ଅଧୂକାରୀମାନେ ଊପସ୍ଥିତ ଥିଲେ ।
