ଅସହାୟ ବନ୍ଧୁ ଫାଉଣ୍ଡେସନ, ଅନୁଗୋଳକୁ “ରାଜ୍ୟ ସ୍ତରୀୟ ସେବା ରତ୍ନ ସମ୍ମାନ”ରେ ସମ୍ମାନୀତ

ଅନୁଗୋଳ(ଅଜିତ କୁମାର ଭୋଇ) : ଅନୁଗୋଳ ଜିଲ୍ଲାର ଅଗ୍ରଣୀ ସମାଜ ସେବୀ ସଂଗଠନ ଅସହାୟ ବନ୍ଧୁ ଫାଉଣ୍ଡେସନ, ଅନୁଗୋଳକୁ ରବିବାର ଯାଜପୁର ଜିଲ୍ଲାର ଛତିଆରେ ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ”ରାଜ୍ୟ ସ୍ତରୀୟ ସେବା ରତ୍ନ ସମ୍ମାନ”ରେ ସମ୍ମାନୀତ କରାଯାଇଥିଲା । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅସହାୟ ବନ୍ଧୁ ଫାଉଣ୍ଡେସନ, ଅନୁଗୋଳର ସଭାପତି ଜଗନ୍ନାଥ ବେହେରାଙ୍କ ସହ ସମ୍ପାଦକ ନିପୁ ଭୂତିଆ, ଉପ ସଭାପତି ଚୈତନ୍ୟ ସାହୁଙ୍କ ସମେତ ସଦସ୍ୟ ପ୍ରମୂଖ ଉପସ୍ଥିତ ରହିଥିଲେ । ସମ୍ଭବ ଚାରିଟେବୁଲ ଟ୍ରଷ୍ଟର ଷଷ୍ଠ ବାର୍ଷିକ ଉତ୍ସବ ଓ ବିଶ୍ୱ ଦିବ୍ୟାଙ୍ଗ ଦିବସ ଅବସରରେ ସାରା ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନଙ୍କୁ ନିମନ୍ତ୍ରଣ କରାଯାଇଥିଲା ।

ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଓ ସ୍ୱେଚ୍ଛାକୃତ ମାନବ ସେବା କ୍ଷେତ୍ରରେ ପାରିଦର୍ଶୀତା ହାସଲ କରିଥିବା ଅନୁଷ୍ଠାନ ଓ ସଂଗଠନ ଗୁଡିକୁ କାର୍ଯ୍ୟକ୍ରମ ଅବସରରେ ମାନପତ୍ର, ଉତ୍ତରୀୟ, ପୁଷ୍ପଗୁଚ୍ଛ, ଜଗନ୍ନାଥଙ୍କ ଫୋଟ ଚିତ୍ର ଆଦି ପ୍ରଦାନ ସ୍ୱରୂପ ସମ୍ବର୍ଦ୍ଧନା ଜ୍ଞାପନ ସହ ପ୍ରେରଣା ଯୋଗାଇଥିଲେ । ସମ୍ଭବ ଚାରିଟେବୁଲ ଟ୍ରଷ୍ଟର ସମ୍ପାଦିକା ସୁଶ୍ରୀ ପ୍ରମିଳା ସିଂହ ସ୍ୱେଚ୍ଛାସେବୀ ଗଣଙ୍କୁ ଧନ୍ୟବାଦ ଜଣାଇବା ସହ କୃତଜ୍ଞତା ଜ୍ଞାପନ କରିଥିଲେ । ଅନୁଗୋଳ ଜିଲ୍ଲାର ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ଅର୍ଜୁନ କୁମାର ମୁଦୁଲି ରାଜ୍ୟ ସ୍ତରୀୟ ସେବା ରତ୍ନ ସମ୍ମାନରେ ଅସହାୟ ବନ୍ଧୁ ଫାଉଣ୍ଡେସନ ଅନୁଗୋଳକୁ ସମ୍ମାନୀତ ପରେ ସାଧୁବାଦ ଜ୍ଞାପନ କରିଛନ୍ତି ।

Leave a Reply

Your email address will not be published. Required fields are marked *

error: Content is protected !!