ବରିଷ୍ଠ ନାଗରିକଙ୍କ ପରିଚୟ ପତ୍ର ବଣ୍ଟନ ଓ ସାଇବର କ୍ରାଇମ ଉପରେ ଏକ କର୍ମଶାଳା ଅନୁଷ୍ଠିତ

ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଖଣ୍ଡହତାର ସାପ୍ତାହିକ ବଜାର ପ୍ରାଙ୍ଗଣରେ ବରିଷ୍ଠ ନାଗରିକ ସଂଗଠନ ସଦସ୍ୟ ସଦସ୍ୟା ମାନଙ୍କର ପରିଚୟ ପତ୍ର ବଣ୍ଟନ ବୈଠକ ତଥା ସାଇବର୍ କ୍ରାଇମ୍ ଉପରେ ଏକ କର୍ମଶାଳା କରା ଯାଇଥିଲା । ଉପସଭାପତି କେଶବ ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଜ଼ଭରେ ମୁଖ୍ୟ ଅତିଥି ଭାବରେ ପୋଲିସ୍‌ ଅଧିକାରୀ ହେମନ୍ତ ରାଓ ,ମୁଖ୍ୟ ବକ୍ତା ଭାବରେ କୃଷ୍ଣଚନ୍ଦ୍ର ପାଢୀ, ସମ୍ମାନିତ ଅତିଥି ଭାବରେ ଡ଼ ପ୍ରଫୁଲ୍ଲ କୁମାର ରଥ ଓ ଦୟାନିଧି ହୋତା ଯୋଗ ଦେଇଥିଲେ ।

ସମ୍ପାଦକ ଘାସିରାମ ମଲ୍ଲିକ୍ ଙ୍କ ତତ୍ବାବଧାନରେ ସଭାକାର୍ଯ୍ୟ କରାଯାଇଥିଲା । ଅକ୍ଷୟ କୁମାର ମିଶ୍ର ମଞ୍ଚ ପରିଚାଳନା କଥିବାବେଳେ ଏଥିରେ ୭୦ ରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ମାନଙ୍କର ପରିଚୟ ପତ୍ର ବଣ୍ଟନ କରାଯାଇଥିଲା । ଏସ୍‌ଡିପିଓ ଶ୍ରୀରାଓ ସ୍ରାଇବର କ୍ରାଇମ୍ ଉପରେ ସମସ୍ତଙ୍କୁ ସଚେତନ କରାଇଥିଲେ ।ଶେଷରେ ମୁରାରୀ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ lରତ୍ନାକର ପଧାନ, ଗଙ୍ଗାଧର ଚୌଧୁରୀ ,ଗଙ୍ଗାଧର ସାହୁ, ଶେଷ ପଧାନ, ଷଷ୍ଠୀ ଗାଈଗରିଆ, ହେମନ୍ତ ମେହେର,ରତ୍ନାକର ବିଶ୍ୱାଳ, ନବୀନ କିଶୋର ବିଶ୍ୱାଳ, ତରଣି ସେନ ପଧାନ ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!