ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡ଼ା ସଂଘର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ

ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ):ଗତ କାଲି ଠାରୁ ଆରମ୍ଭ ହୋଇଥିବା ଦୁଇ ଦିନଆ ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡ଼ା ସଂଘ ର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି l ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞଳିନା ପଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଡି ଏସ ପି ରେଣୁକା ସୁନା ଯୋଗ ଦେଇ କୃତୀ ପ୍ରତିଯୋଗୀ ଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଧିତ କରିଥିଲେ l ଜିଲ୍ଲା କ୍ରୀଡ଼ା ସଂଘ ର ଉପ ସଭପତି ଚିତ୍ତ ରଞ୍ଜନ ତରାସିଆ ସଭା ସଂଯୋଜନା କରିଥିବା ବେଳେ ଦିଗାମ୍ବର ଶତପଥି ଧନ୍ୟବାଦ୍ ଅର୍ପଣ କରିଥିଲେ l

କଲିମ ମହମ୍ଡଦ, ସଞ୍ଜୟ ସାହୁ, ବିପ୍ର ଚରଣ ପେରା, ଚୈତନ୍ୟ ନାଏକ, ଗୋବିନ୍ଦ ନାଏକ, ନେପାଲ ଦାଣ୍ଡିଆ, ସୋମନାଥ ସାହୁ, ବୀର ପ୍ରତାପ ଦାଶ , ସରିତା ମିଶ୍ର, ପ୍ରତିଭା ଭୋଇ, ଓ ଅନିତା ମହାନନ୍ଦ ପ୍ରମୁଖ ସମସ୍ତ ପି ଇ ଟି ଦୁଇ ଦିନ ଧରି ସମସ୍ତ ଖେଳ ପ୍ରତିଯୋଗିତା ପରିଚାଳନା କରିଥିବା ବେଳେ ଜିଲ୍ଲା କ୍ରୀଡ଼ା ସଂଘ ସଂପାଦକ ପୀୟୂଷ କୁମାର ପଣ୍ଡା ଙ୍କ ତତ୍ୱାବଧାନରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ସମ୍ପାଦନ କରାଯାଇଥିଲା l ଆଜି ଉଦଯାପନୀ ଦିବସ ରେ ପୁରୁଷ ୫୦୦୦ ମିଟର ଦୌଡ ପ୍ରତିଯୋଗୀତା, ୩୦୦୦ ମିଟର ଓମେନ୍ସ ଦୌଡ ପ୍ରତିଯୋଗୀତା, ୨୦୦ ମିଟର, ୧୦୦ ମିଟର ଦୌଡ ପ୍ରତିଯୋଗୀତା, ୧୪ ବର୍ଷ ରୁ କମ ଜେଭେଲିଁନ୍ ଥ୍ରୋ, ୧୬ ଓ ୨୦ ବର୍ଷ ରୁ କମ ମେନ୍ସ ଓମେନ୍ସ୍ ରିଲେ ରେଶ୍ ପ୍ରତିଯୋଗିତା ଅନୁଷ୍ଟିତ ହୋଇଥିଲା l

ଏ ବର୍ଷ ଏହି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ରେ ରେକର୍ଡ ସଂଖ୍ୟକ ୧୨୭୦ ପ୍ରତିଯୋଗୀ ଭାଗ ନେଇ ଥିବା ବେଳେ କ୍ରୀଡ଼ା ସମ୍ପାଦକ ପୀୟୂଷ କୁମାର ପଣ୍ଡା ଙ୍କ ଉଦ୍ୟମ ଓ ସଂଘ ର ପ୍ରଚେଷ୍ଟା କୁ ସୁବର୍ଣ୍ଣପୁର ଜିଲ୍ଲାପାଳ , ଏସପି ଓ ଆଜିର ସମସ୍ତ ଅତିଥି ମାନେ ମଧ୍ୟ ଭୂୟସୀ ପ୍ରଶଂସା କରିଥିଲେ l ଏହି କ୍ରୀଡ଼ା ର ପୁରୁଷ ଓ ମହିଳା କୃତୀ ପ୍ରତିଯୋଗୀ ଆସନ୍ତା ୨୭ ତାରିଖ ରେ ଭୁବନେଶ୍ୱର କିଟ୍ ରେ ହେବାକୁ ଥିବା ରାଜ୍ୟ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ରେ ଭାଗ ନେବେ ବୋଲି ସଂଘ ର ଉପ ସଭାପତି ଶ୍ରୀ ତରାସିଆ, ଓ ସଂପାଦକ ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି l ଏହି ଉତ୍ସବ ରେ ଜିଲ୍ଲା କ୍ରୀଡ଼ା ଅଧିକାରି ଚିତ୍ତ ରଞ୍ଜନ ମିଶ୍ର, ସଂଘ ଉପଦେଷ୍ଟା କଇରୁ ସ୍ବାଇଁ, ଦିଲୀପ ଗୁରୁ, ପୁରୁଷୋତ୍ତମ ପାଣିଗ୍ରାହୀ, ନନ୍ଦ କିଶୋର ତ୍ରୀପାଠୀ, କାର୍ଯ୍ୟକାରିଣୀ ସଦସ୍ୟ ବି.ସତ୍ୟ ନାରାୟଣ ରାଓ, ସଦସ୍ୟ ରାଜ କିଶୋର ତ୍ରୀପାଠୀ, ମହାଦେବ ମଲ୍ଲିକ, କମଳାକାନ୍ତ ସାହୁ ପ୍ରମୁଖ ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!