ରସାୟନ ବିଜ୍ଞାନ ବିଭାଗର ଅଭିଭାବକ-ଶିକ୍ଷକ ସଂଘ ବୈଠକ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ସ୍ଥାନୀୟ ପିପୁଲ୍ସ କଲେଜର ରସାୟନ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବପରିସରରେ ଅଭିଭାବକ-ଶିକ୍ଷକ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଡ.ପୁରୁଷୋତ୍ତମ ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ବୈଠକରେ ଉପାଧ୍ୟକ୍ଷ ହରିକୃଷ୍ଣ ନାୟକ,ବିଭାଗୀୟ ମୁଖ୍ୟ ଅଧ୍ୟାପକ ମନୋଜ କୁମାର ଦାସ , ଅଧ୍ୟାପକ ସୌମ୍ଯ ରଞ୍ଜନ ପ୍ରଧାନ ଓ ବିଜେନ୍ଦ୍ର କୁମାର ଆଚାର୍ଯ୍ୟଙ୍କ ସମେତ ବିଭାଗୀୟ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକମାନେ ଯୋଗ ଦେଇଥିଲେ ।

ଉକ୍ତ ବୈଠକ କାଳରେ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ଓ ବୌଦ୍ଧିକ ବିକାଶରେ ଅଭିଭାବକ ଏବଂ ଶିକ୍ଷକଙ୍କ ଆବଶ୍ୟକୀୟ ଭୂମିକା ସମ୍ପର୍କେ ବ୍ୟାପକ ଆଲୋଚନା କରାଯାଇଥିଲା । ଏଥି ସହ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ସର୍ବନିମ୍ନ ଉପସ୍ଥାନ ୭୫% ଜରୁରୀ ହେତୁ ଅହେତୁକ ଅନୁପସ୍ଥିତି ପ୍ରତି କଡା ଆଭିମୁଖ୍ୟ ଗ୍ରହଣ ନିମନ୍ତେ ସର୍ବସମ୍ମତି ପ୍ରକାଶ ପାଇଥିଲା । ଉକ୍ତ କାର୍ଯ୍ୟକ୍ରମର ପରିଶେଷରେ ଛାତ୍ରୀ ଉର୍ମିଳା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!