କେନ୍ଦୁଝର/ଚମ୍ପୁଆ (ପ୍ରଦୀପ ମହାନ୍ତ): ଚମ୍ପୁଆ ସ୍ଥାନୀୟ ଶିଶୁ ବିଦ୍ୟାମନ୍ଦିରରେ ଆଜି ୪୧ତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଚମ୍ପୁଆ ଉପଜିଲ୍ଲାପାଳ ଉମାକାନ୍ତ ପରିଡା, ସମ୍ମାନିତ ଅତିଥିଭାବେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ରସ୍ମିରଞ୍ଜନ ସାହୁ, ସାହାରପଡ଼ା ଗୋଷ୍ଠି ଉନ୍ନୟନ ଅଧିକାରୀ ରଣଜିତ ମହାନ୍ତ, ମୁଖ୍ୟବକ୍ତା ସହ ପ୍ରାନ୍ତ ପ୍ରଚାରକ ଅସିତ କୁମାର ସାହୁ, ସରସ୍ଵତୀ ଶିଶୁବିଦ୍ୟାମନ୍ଦିର ସଭାପତି ରମାକାନ୍ତ ପ୍ରଧାନ, ଉପସଭାପତି ସୁରେଶ ଚନ୍ଦ୍ର ମହାନ୍ତ ସମ୍ପାଦକ ଭୋଳାନାଥ ମିଶ୍ର, ପୂର୍ବତନ ପ୍ରଧାନ ଆଚାର୍ଯ୍ୟ ତଥା କାର୍ଯ୍ୟାଳୟ ସଂଯୋଜକ,ଉତ୍ତର ସମ୍ଭାଗ ସମ୍ପାଦକ ଗଙ୍ଗାଧର କର, ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶରତଚନ୍ଦ୍ର ପ୍ରଧାନ ଓ ସଦସ୍ୟ ସଦସ୍ୟା ପ୍ରମୁଖ ମଞ୍ଚାସିନ ଥିଲେ।
ଉତ୍ସବରେ ମୁଖ୍ୟଅତିଥି ଶ୍ରୀ ପରିଡା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶୃଙ୍ଗଳା ରକ୍ଷା ଓ ଛାତ୍ରଛାତ୍ରୀମାନେ ଉତ୍ତମ ଅଧ୍ୟବସାୟ ଦ୍ଵାରା ଆଗକୁ ଶିକ୍ଷାକ୍ଷେତ୍ରରେ ଉନ୍ନତି କରିପାରିବେ ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ଶ୍ରୀ ସାହୁ ଇଂରେଜ ସରକାର ଭାରତୀୟ ଶିକ୍ଷାବ୍ୟବସ୍ଥାକୁ ଧୂଳିସାତ କରିଦେଇଥିଲେ । ମାତ୍ର ଏବେ ଭାରତ ସରକାର ତାହାର ସୁଦ୍ଧାର ସହିତ ବହୁ ସଂସ୍କାର ଆଣିବାକୁ ଚେଷ୍ଟା କରୁଛନ୍ତି ଯାହାକି ବିକସିତ ଭାରତ ପାଇଁ ସହାୟକ ହେବ ବୋଲି ମତ ବ୍ୟକ୍ତ କରିଥିଲେ । ଏହାପରେ ଅତିଥିମାନଙ୍କ ଦ୍ଵାରା କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ରଙ୍ଗାରଙ୍ଗ ପରିବେଷଣ କରାଯାଇଥିଲା।
