ଚମ୍ପୁଆରେ ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ଚଢାଉ

କେନ୍ଦୁଝର/ଚମ୍ପୁଆ (ପ୍ରଦୀପ ମହାନ୍ତ):ଚମ୍ପୁଆ ବିଜ୍ଞାପିତ ଅଞ୍ଚଳ ପରିଷଦଠାରେ ଆଜି କେନ୍ଦୁଝର ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ଏକ ମିଳିତ୍ତ ଚଢାଉ ଅନୁଷ୍ଠିତ ହୋଇଥିଲା । ଏଥିରେ ୧୨୫୦୦ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା । କେନ୍ଦୁଝର ଖାଦ୍ୟ ନିରାପତ୍ତା ଅଧିକାରୀ ଜିତେନ୍ଦ୍ର କୁମାର ମହାନ୍ତ, ଏନଏସିର ବିଜୟ କୁମାର ମିଶ୍ର, ପ୍ରକାଶ ଚନ୍ଦ୍ର କୁଣ୍ଡୁ ତଥା ବିଭିନ୍ନ ପଦାଧିକାରୀ ଏଥିରେ ସାମିଲ ହୋଇ ଏହି ଚଢାଉ କରିଥିଲେ । ସ୍ୱାଗତ ହୋଟେଲ, ସୁରେନ କାରିକ ଜଳଖିଆ ଦୋକାନ, ଗୋପାଳ ସାହୁ ହୋଟେଲ, ହିମାଂଶୁ ସାହୁ ଜଳଖିଆ ଦୋକାନ, ଅକ୍ଷୟ ସାହୁ ଜଳଖିଆ ଦୋକାନ ଆଦି ବିଭିନ୍ନ ସ୍ଥାନରେ ଚଢାଉ କରି ବାସୀଖାଦ୍ୟ ଫିଙ୍ଗିବା ସହିତ ଜୋରିମାନା କରାଯାଇଥିଲା । ଆଗକୁ ଏପରି କରା ନଯିବାକୁ ତାଗିଦ ମଧ୍ଯ କରାଯାଇଥିଲା ।

Leave a Reply

Your email address will not be published. Required fields are marked *

error: Content is protected !!