୧୫ ତମ ସର୍ବ ଭାରତୀୟ ଓପନ ଚମ୍ପିୟାନସିପ୍ ୨୦୨୫ ରେ ଅନୁଗୁଳର ୨୬ ଜଣ ଖେଳାଳୀ

ଅନୁଗୁଳ(ଅଜିତ କୁମାର ଭୋଇ) :ଭୁବନେଶ୍ଵର ଉତ୍କଳ କରାଟେ ସ୍କୁଲରେ ଡିସେମ୍ବର ୨୭ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଓସ୍କା ପକ୍ଷରୁ ୧୫ ତମ ସର୍ବ ଭାରତୀୟ ଓପନ ଚମ୍ପିୟାନସିପ୍ ୨୦୨୫ ଅନୁଷ୍ଠିତ ହେବାକୁ ଯାଉଛି। ଅନୁଗୁଳର ୨୬ ଜଣ ଖେଳାଳୀ ଯାଉଥିବାବେଳେ କୁଲାଡ,କାଣ୍ଡଶରରୁ ୧୩ ଜଣ ଖେଳାଳୀ ଭାଗ ନେବେ।ଏଥିରେ ସେଟ୍ ସେଇ ବିଜନ କୁମାର ଦଳବେହେରା ରାଜ୍ୟସ୍ତରୀୟ ରେଫ୍ରୀର ଦାୟିତ୍ୱ ନେବା ସହ ଟିମ୍ କୋଚ ଭାବରେ ଦେବସ୍ମିତା ଦଳବେହେରା ଏବଂ ଟିମ୍ ମ୍ୟାନେଜର ଭାବେ ଶ୍ରୀ ବଳଭଦ୍ର ସାହୁ ଯୋଗ ଦେବେ। ଖେଳାଳୀମାନଙ୍କୁ ଆଶିର୍ବାଦ ଦେବା ସହ ସେମାନଙ୍କୁ ଅନୁଗୁଳ କରାଟେ ଆସୋସିଏସନ ତରଫରୁ ରାଜୀବ କୁମାର ଜେନା ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *

Powered by Joinchat