ଡିସେମ୍ବର ୨୮ ରୁ ଜିଲ୍ଲା ଓ ଊପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା -୨୦୨୫

ଅନୁଗୁଳ (ଅଜିତ କୁମାର ଭୋଇ): ଅନୁଗୋଳ ଜିଲ୍ଲା ଓ ଊପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା -୨୦୨୫ ଆସନ୍ତା ତା.୨୮.୧୨.୨୫ ରିଖ ଠାରୁ ତା.୧.୧.୨୦୨୬ ରିଖ ପର୍ଯ୍ୟନ୍ତ କିଶୋରନଗର ବର ପଡିଆ ଡିଗ୍ରୀ କଲେଜ ଠାରେ ଅନୁଷ୍ଠିତ ହେବ । ଏହି ମେଳାରେ ଊନ୍ନତ କୃଷି ଯନ୍ତ୍ରପାତିର ପ୍ରଦର୍ଶନ ଓ ବିକ୍ରୟ ହେବ । ବ୍ୟାଙ୍କ ସହାୟତା କେନ୍ଦ୍ର ମାଧ୍ୟମରେ କୃଷି ଯନ୍ତ୍ରପାତି ପାଇଁ ଋଣର ସୁଯୋଗ, ନିର୍ଦ୍ଧାରିତ ସରକାରୀ ରିହାତିରେ କୃଷି ଯନ୍ତ୍ରପାତି କ୍ରୟ ନିମନ୍ତେ ଅଗ୍ରୀମ ତତ୍କାଳ ବୁକିଂ ବ୍ୟବସ୍ଥା କରାଯିବ । ଊକ୍ତ ମେଳାରେ କୃଷି ଓ ଆନୁଷଙ୍ଗିକ ବିଭାଗରେ କାର୍ଯ୍ୟକାରୀ ହେଉଥ‌ିବା କୃଷକ କଲ୍ୟାଣକାରୀ ଯୋଜନା ବିଷୟରେ ସୂଚନା ଚାଷୀମାନଙ୍କ ପାଇଁ ଅବଗତ କରାଯିବ ବୋଲି ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ।

Leave a Reply

Your email address will not be published. Required fields are marked *

error: Content is protected !!