ସୁବର୍ଣ୍ଣପୁରରେ ଜାତୀୟ ଖାଉଟି ଅଧିକାର ଦିବସ ପାଳିତ

ସୁବର୍ଣ୍ଣପୁର( ଶାନ୍ତନୁ କୁମାର କର୍ଣ୍ଣ):ସୁବର୍ଣ୍ଣପୁର ଜିଲ୍ଲା ସଦର ଏନ ଜି ଓ ସି ସି ସମ୍ମିଳନୀ କକ୍ଷ ରେ ରେଆର ସୋନପୁର ଓ ଉପ ନିୟନ୍ତ୍ରକ ବୈଧ ମାପ, ଓଜନ ବିଭାଗ ମିଳିତ ଆନୁକୂଲ୍ୟରେ ତଥା ଖାଦ୍ୟ ଯୋଗାଣ ତଥା ଖାଉଟି କଲ୍ୟାଣ ବିଭାଗ ସହାୟତା ରେ ଜାତୀୟ ଖାଉଟି ଅଧିକାର ଦିବସ ପାଳିତ ହୋଇଯାଇଛି!ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଖାଉଟି ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ରାଜେନ୍ଦ୍ର ମାଝୀ ଯୋଗ ଦେଇ ଉଦଘାଟନ କରିବା ସହ ଖାଉଟି ସଚେତନ ହେଲେ ଠକାଇ ବନ୍ଦ ହେବ ବୋଲି ପ୍ରକାଶ କରିଥିଲେ, ସଭା ପ୍ରାରମ୍ଭ ରେ ରେଆର ପ୍ରତିଷ୍ଠାତା ଗୌରୀଶ୍ୟାମ ପଣ୍ଡା ଖାଉଟି ସୁରକ୍ଷା ଆଇନ ୨୦୧୯ ବିଷୟରେ ଆଲୋଚନା କରିଥିଲେ, ଅନ୍ୟତମ ସମ୍ମାନିତ ଅତିଥିଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଉଷାରାଣି ଦାସ,ଜିଲ୍ଲା ଖାଉଟି ବିବାଦ ପ୍ରତିକାର ଆୟୋଗ ର ସଭାପତି ଉପାନନ୍ଦ ପୁରୋହିତ, ଜିଲ୍ଲା ବେସାମାରିକ ଯୋଗାଣ ଅଧିକାରୀ, କେଦାର ନାଥ ନାୟକ, ଅତିରିକ୍ତ ବେସାମାରିକ ଯୋଗାଣ ଅଧିକାରୀ ପ୍ରଭାତ କୁମାର ଦାସ, ଉପ ନିୟନ୍ତ୍ରକ ଓଜନ ଓ ମାପ, ସୁବର୍ଣ୍ଣପୁର ଶ୍ରୀଯୁକ୍ତ ବାଗରାଇ ସୋରେନ,ଯୋଗ ଦେଇ ନିଜ ନିଜ ବିଭାଗ ର କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିବା ସହ ଖାଉଟି ସଚେତନ ହେବାକୁ ଆହ୍ୱାନ ଦେଇଥିଲେ, କାର୍ଯ୍ୟକ୍ରମ କୁ ସାଧାରଣ ସମ୍ପାଦକ ଅନଙ୍ଗ ନେଗୀ ସଂଯୋଜନା କରିଥିବା ବେଳେ କାର୍ଯ୍ୟକ୍ରମ ସଂଯୋଯକ ସୁଦାମ ଗାଈ ଗରିଆ ଧନ୍ୟବାଦ ଅର୍ପଣ କରିଥିବା ବେଳେ ମୋନଜ ସ୍ୱାଇଁ, ଟିକେଶ୍ୱର ବନଛୋର, ସତ୍ୟ ନାରାୟଣ ବିଶି, ଶତ୍ରୁଘନ ବିଭାର ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *

Powered by Joinchat