କେନ୍ଦୁଝର/ଯୋଡ଼ା (ପ୍ରଦୀପ କୁମାର ମହନ୍ତ) : ଯୋଡ଼ା ପୌରପାଳିକା ଅନ୍ତର୍ଗତ ଯୋଡ଼ା ଥାନା ପାଖରେ ଅବସ୍ଥିତ ଏକ ଜନସେବା କେନ୍ଦ୍ରରେ ଗତ ରାତିରେ ଚୋରି ହୋଇଥିବା ନେଇ ସୂଚନା ମିଳିଛି। ସୂଚନା ଅନୁସାରେ କିଛି ଦୁବୃର୍ତ୍ତ ବିଗତ ରାତ୍ରୀ ସମୟରେ ଜନସେବା କେନ୍ଦ୍ରର ତାଲା ଭାଙ୍ଗି ଭିତରକୁ ପ୍ରବେଶ କରି ନଗଦ ପ୍ରାୟ ୫ ହଜାର ଟଙ୍କା ଚୋରି କରି ଫେରାର ହୋଇଯାଇ ଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣା ସମ୍ପର୍କରେ ଜନସେବା କେନ୍ଦ୍ରର ମାଲିକ ଶ୍ରୀ ଶିବାନନ୍ଦ ଧଳ ସୂଚନା ଦେଇଛନ୍ତି। ସକାଳେ କେନ୍ଦ୍ର ଖୋଲିବା ସମୟରେ ତାଲା ଭାଙ୍ଗିଥିବା ଦେଖି ଚୋରି ଘଟଣା ସମ୍ପର୍କରେ ଜଣାପଡ଼ିଥିଲା।ଏନେଇ ଶ୍ରୀ ଧଳଙ୍କ ପକ୍ଷରୁ ଯୋଡ଼ା ଥାନାରେ ଲିଖିତ ଅଭିଯୋଗ ଦାଖଲ କରାଯାଇଛି। ଖବର ପାଇ ସଙ୍ଗେସଙ୍ଗେ ଯୋଡ଼ା ପୁଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
