ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ସ୍ଥାନୀୟ ମାଳିଝୋଳା ମନ୍ଦିର ପରିସରରେ ବୁଗୁଡ଼ା ବ୍ଲକ୍ ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ ନ୍ଯାସ ପକ୍ଷରୁ ନବ ବର୍ଷ ୨୦୨୬ର କ୍ଯାଲେଣ୍ଡର ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟର ସଭାପତି ବିଶ୍ବମୋହନ ମିଶ୍ରଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ପ୍ରତାପ କୁମାର ଖାଡ଼ଙ୍ଗା ଯୋଗ ଦେଇଥିଲା ବେଳେ ଏ ଅବସରରେ ନ୍ଯାସ ପକ୍ଷରୁ ପ୍ରସ୍ତୁତ ନବ ବର୍ଷର କ୍ଯାଲେଣ୍ଡରଟିକୁ ଉନ୍ମୋଚନ କରାଯାଇଥିଲା ।
ଏଥି ସହ ଟ୍ରଷ୍ଟ ପକ୍ଷରୁ ଆସନ୍ତା ଜାନୁଆରୀ ୭ ତାରିଖରେ ହେବାକୁ ଯାଉଥିବା “ଶିକ୍ଷକ ସୌରଭ ସମ୍ମାନ” କାର୍ଯ୍ୟକ୍ରମର ପୂର୍ବ ପ୍ରସ୍ତୁତି ସମ୍ପର୍କେ ଆଲୋଚନା ସହ ପହିଲି ଭୋଗ ସେବନର ଏକ ଆସର ଜମିଥିଲା। ଉକ୍ତ କାର୍ଯ୍ୟକ୍ରମରେ ଟ୍ରଷ୍ଟର କାର୍ଯ୍ୟକାରୀ ସଭାପତି ପ୍ରକାଶ ଚନ୍ଦ୍ର ରଥ ଓ ସମ୍ପାଦକ ହରେକୃଷ୍ଣ ପାତ୍ରଙ୍କ ସମେତ କାର୍ଯ୍ୟକାରିଣୀ ପରିଷଦର ସଦସ୍ୟଗଣ ଉପସ୍ଥିତ ରହିଥିଲେ ।
