ତାଳଚେର(ଅଜିତ କୁମାର ଭୋଇ): ତାଳଚେର ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖ ୪ନମ୍ବର ୱାର୍ଡ଼ ବିରାଦରପଡ଼ା ସାହି ଆନୁକୂଲ୍ୟରେ ନବବର୍ଷ ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ତାଳଚେର ପୌରପରିଷଦ ନିର୍ବାହୀ ଅଧିକାରୀ ପ୍ରଦୀପ ସାହା, ପୌର କାର୍ଯ୍ୟାଳୟର ବଡ଼ବାବୁ ଚିତରଞ୍ଜନ ପ୍ରଧାନ ଯୋଗଦେଇଥିଲେ । ଅଲଓଡ଼ିଶା ହ୍ୟୁମାନରାଇଟ୍ ସଭାପତି ତଥା ମା’ସେବକସଂଘର ସଭାପତି ଡ଼ଃ ଦେବେନ୍ଦ୍ର ସିଂହ ଯୋଗଦେଇ ପ୍ରାରମ୍ଭରେ ଭଗବାନ ଶ୍ରୀ ଗଣେଶଙ୍କୁ ଧୂପ ଓ ପ୍ରଦୀପ ପ୍ରଜ୍ଜ୍ୱଳନ ସହିତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପୌର ନିର୍ବାହି ଅଧିକାରୀ ଶ୍ରୀ ସାହା ତାଙ୍କ ଭାଷଣ ମାଧ୍ୟମରେ କହିଥିଲେ କି, ତାଳଚେରର ଅନୁଷ୍ଠାନ ଗୁଡ଼ିକ ତରଫରୁ ଏପରି କାର୍ଯ୍ୟକ୍ରମ କରାଗଲେ ସାହିର ଓ ତାଳଚେର ଅଂଚଳରେ ରହିଥିବା ଛୋଟଛୋଟ ପ୍ରତିଭାମାନେ ତାଙ୍କର କଳାପ୍ରଦର୍ଶନ କରିପାରିବାର ସୁଯୋଗ ପାଇପାରିବେ ।
ତେଣୁ ଏହି ଛୋଟ ପ୍ରତିଭାବାନ ପିଲାମାନେ ଆମ ଦେଶର ପ୍ରଗତି ଓ ବିକାଶ ଦିଗରେ ସହାୟକ ହୋଇପାରିବେ ବୋଲି ତାଙ୍କ ଅଭିଭାଷଣରେ ପ୍ରକାଶ କରିଥିଲେ । ସେହିପରି ଡ଼ଃ ଦେବେନ୍ଦ୍ର ସିଂହ ମଧ୍ୟ ଛୋଟପିଲାଙ୍କ କଳାପ୍ରଦର୍ଶନକୁ ନେଇ ପ୍ରସଂଶା କରିବା ସହ ଆଗାମୀ ଦିନ ଗୁଡ଼ିକରେ ଏମାନେ ନିଜର ଦକ୍ଷତା ଦେଖାଇ ତାଳଚେରର ଗୌରବ ଆଣିଦେଇ ପାରିବେ ବୋଲି ସେ ପ୍ରକାଶ କରିଥିଲେ । ନବବର୍ଷ ଉପଲକ୍ଷେ ମା’ସେବକ ସଂଘ ପକ୍ଷରୁ ଛୋଟ ପିଲାମାନଙ୍କ ପାଇଁ ଖେଳକୁଦ, ଝୋଟି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଇତ୍ୟାଦି କରାଯାଇଥିଲା । କୃତିପ୍ରତିଯୋଗୀଙ୍କୁ ଅନୁଷ୍ଠାନ ପକ୍ଷରୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମକୁ ଭାଷ୍ୟକାର ଭାବେ କରୁଣାକର ବାଇ ଆଗେଇ ନେଇଥିବା ବେଳେ ନବବର୍ଷର କାର୍ଯ୍ୟକ୍ରମ ସରସ ସୁନ୍ଦର ହୋଇଥିବାରୁ ମା’ସେମକସଂଘର ସମସ୍ତ ସଦସ୍ୟଙ୍କୁ ବିଭିନ୍ନ ମହଲରୁ କୃତଜ୍ଞତା ପ୍ରଦାନ କରାଯାଇଥିଲା । ସଂଘର ସମ୍ପାଦକ ବରିଷ୍ଠ ସାମ୍ବାଦିକ ମନୋଜ ଶତପଥୀ ଅତିଥି ପରିଚୟ ପ୍ରଦାନ କରିବା ସହ ମଂଚପରିଚାଳନା କରିଥିଲେ । ଆଗାମୀ ନବବର୍ଷରେ ଏହା ୯ଦିନ ବ୍ୟାପି ବଡ଼ ରୋମାଚଂକ ଭାବେ କାର୍ଯ୍ୟକ୍ରମ କରିବା ପାଇଁ ଏହା ପ୍ରକାଶ କରିଥିଲେ । ସଂଘର ଉପସଭାପତି ଅଶ୍ୱନୀ ସିଂହ, କାର୍ଯ୍ୟକାରୀ ସଭାପତି ଦିଲ୍ଳୀପ ବେହେରା, ସହସମ୍ପାଦକ ନିରୋଜ ବେହେରା, କୋଷାଧ୍ୟକ୍ଷ ଗୋବିନ୍ଦ ବେହେରା, ଉପଦେଷ୍ଟା ଆଇନଜୀବୀ ବାଦଲ ମିଶ୍ର, ପୂର୍ଣ୍ଣଚନ୍ଦ୍ର ବହେରା, ଦେବେନ୍ଦ୍ର ବେହେରା, ଦେବେନ୍ଦ୍ର ସାହୁ ଓ ସଂଘର ସମସ୍ତଙ୍କ କାର୍ଯ୍ୟକର୍ତାଙ୍କ ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
