ବଁଅରପାଳ ପି ବି କେ ହାଇସ୍କୁଲରେ ଆଇନ ସଚେତନତା ସପ୍ତାହ ପାଳନ

ଅନୁଗୋଳ/ବଁଅରପାଳସ୍ଥିତ(ଅଜିତ କୁମାର ଭୋଇ): ପାଞ୍ଚଗଡ଼ ବିଜୟ କୁମାର ଉଚ୍ଚ ବିଦ୍ୟାଳୟରେ ସ୍ଥାନୀୟ ଜେ ଏମ ଏଫ ସି କୋର୍ଟର ତାଲୁକ ଆଇନ ସେବା କମିଟିଆନୁକୂଲ୍ୟରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହେଇ ଯାଇଛି। ଏହି କାର୍ଯ୍ୟକ୍ରମରେ ଅଦାଲତର ମହିଳା ବିଚାରପତି ତଥା ତାଲୁକ ଆଇନ ସେବା କମିଟିର ଚେୟାରପରସନ ମାନନିୟା ସାବିତ୍ରୀ ଦାସ, କମିଟିର ସ୍ଥାୟୀ ସଦସ୍ୟ ତଥା ବଂଅଁରପାଳ ଅଦାଲତର ବରିଷ୍ଠ ଓକିଲ ହେମନ୍ତ କୁମାର ସାହୁ,ଓକିଲ ଅଭୟ ବିଶୋଇଙ୍କ ସହ ପ୍ରଧାନ ଶିକ୍ଷକ ବାଲ୍ୟବିବାହ ନିଷେଧ ଆଇନ, ନିଶା ମୁକ୍ତ ଭାରତ,ଓ ପରିବେଶ ସୁରକ୍ଷା ବାବଦରେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ସଚେତନ କରାଇଥିଲେ ଓ ଶିବିର ଆୟୋଜନ ସମ୍ପର୍କରେ ସୂଚନା ଦେଇ ଥିଲେ, ଏହି ଶିବିରରେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହ କର୍ମଚାରୀ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *

error: Content is protected !!