ରାୟଗଡ଼ (ଗୋପୀନାଥ ଗୌଡ଼): ରାୟଗଡ଼ ପ୍ରେସ ୟୁନିୟନ୍ ପକ୍ଷରୁ ଏକାଦଶ ତମ ପ୍ରତିଷ୍ଠା ଦିବସ ଅବସରରେ ସ୍ଥାନୀୟ ଶକ୍ତି ଅନୁଷ୍ଠାନର ବୃଦ୍ଧାଶ୍ରମ ଠାରେ ପହଞ୍ଚି ଅନ୍ତେ ବାସୀଙ୍କ ଆଶୀର୍ବାଦ ଭିକ୍ଷା କରି ପ୍ରେସ ୟୁନିୟନକୁ ଆହୁରି ସୁଦୃଢ଼ କରିବା ପାଇଁ ଆଶୀର୍ବାଦ ଭିକ୍ଷା କରିଛନ୍ତି। ଏହି ଅବସରରେ ସଭାପତି ଅମୂଲ୍ୟ ସାହୂଙ୍କ ନେତୃତ୍ୱରେ ୟୁନିୟନର ଉପଦେଷ୍ଟା ସୁରେଶ ଦାଶ, ସାଧାରଣ ସମ୍ପାଦକ ଶିବାଜୀ ଦାଶ, ମାଉଡ଼ି ବାରିକ, ଶ୍ରୀନିବାସ ବଳିୟାର ସିଂ, ଇପିଲି ସର୍ବେଶ୍ଵର ରାଓ, ମନରଞ୍ଜନ ଶତପଥୀ, ମନଜ କୁମାର ମିଶ୍ର, ଧରଣୀଧର ପଟନାୟକ ପ୍ରମୁଖ ଉପସ୍ଥିତ ହୋଇ ୟୁନିୟନର ପ୍ରତିଷ୍ଠା ଦିବସ ଅବସରରେ ଅନ୍ତେ ବାସୀଙ୍କୁ ମିଷ୍ଠାନ ଓ ଫଳ ବଣ୍ଟନ କରିଥିଲେ। ଆଗାମୀ ଦିନରେ ପ୍ରେସ ୟୁନିୟନର ଏକାଦଶ ତମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳନ କରାଯିବାକୁ ନିଷ୍ପତ୍ତି ନିଆ ଯାଇଥିବା ସାଧାରଣ ସମ୍ପାଦକ ଶିବାଜୀ ଦାଶ ସୂଚନା ଦେଇଛନ୍ତି।
