ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡ

ଅନୁଗୋଳ(ଅଜିତ କୁମାର ଭୋଇ): ଅନୁଗୋଳ ଜିଲ୍ଲା ଏନ୍ ଟି ପି ସି ଥାନା ଅଞ୍ଚଳର ଜଣେ ୧୩ ବର୍ଷ ନାବାଳିକାକୁ ୨୦୨୩ ମସିହାରେ ଅପହରଣ ଓ ଦୁଷ୍କର୍ମ କରିଥିବା ଅଭିଯୋଗରେ ଆଜି ଅଭିଯୁକ୍ତକୁ ପୋକସୋ ମାମଲାରେ ୨୦ ବର୍ଷ ସଶ୍ରମ କାରାଦଣ୍ଡ ନିର୍ଦ୍ଦେଶ ହୋଇଛି। ସୂଚନା ମୁତାବକ ଏନଟିପିସି ଥାନା ଅଞ୍ଚଳର ଜଣେ ୧୩ ବର୍ଷ ନାବାଳିକା ଘର ବାହାରେ ବୁଲୁଥିବା ବେଳେ ନିଖୋଜ ହୋଇ ଯାଇଥିଲେ। ପରିବାର ଲୋକେ ବହୁତ ଖୋଜା ଖୋଜି କରିବା ପରେ ଜାଣିବାକୁ ପାଇଥିଲେ କି ଟୋଲକବେଡା ଗ୍ରାମର ବିଶ୍ବାସ ନାଏକ ଏକ ବାଇକ ଯୋଗେ ଅପହରଣ କରିନେଇଥିବା ବେଳେ ଲିଟୁ ନାଏକ ନାମକ ଜଣେ ଯୁବକ ତାଙ୍କୁ ଏଥିରେ ସହାୟତା କରିଥିଲେ ।

ଏଥିନେଇ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆଜି ଏହି ନାବାଳିକା ଅପହରଣ ଓ ଦୁଷ୍କର୍ମ ଅଭିଯୁକ୍ତକୁ ୧୮ ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣ ଆଧାରରେ ପୋକସୋ ଆଇନ୍ ଅନୁଯାୟୀ ଅଭିଯୁକ୍ତ ବିଶ୍ବାସ ନାଏକକୁ ଅତିରିକ୍ତ ଜିଲ୍ଲା ଏବଂ ସେସନ୍ସ ଜର୍ଜ -କମ-ସ୍ୱତନ୍ତ୍ର କୋର୍ଟ ଅନୁଗୁଳର ବିଚାରପତି ଶ୍ରୀମତୀ ସୌମ୍ୟା ଶୁଭଦର୍ଶିନୀ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ମାମଲାର ସରକାରଙ୍କ ପକ୍ଷରୁ ଆଇନଜୀବୀ ଭାବେ ସ୍ପେଶାଲ ପବ୍ଲିକ୍ ପ୍ରେସ୍କଟର ଭାବେ ଦିଲୀପ କୁମାର ଦାସ ଲଢିଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!