ମାଣିବନ୍ଧକୁ ରାଜସ୍ବ ଗ୍ରାମ ଘୋଷଣା ଓ ପଟା ବଣ୍ଟନ କଲେ ମନ୍ତ୍ରୀ ।

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ବୁଗୁଡ଼ା ତହସିଲ ଅନ୍ତର୍ଗତ ଅନ୍ତରପଡା ପଞ୍ଚାୟତର ମାଣିବନ୍ଧ ଗ୍ରାମକୁ ରାଜସ୍ବ ଗ୍ରାମ କରିବା ପାଇଁ ୨୮ ବର୍ଷ ଧରି ଗ୍ରାମ ବାସୀ ଉଦ୍ୟମ କରି ଆସୁଥିଲେ ମଧ୍ୟ ସୁଫଳ ହୋଇ ପାରୁନଥିଲା। ସରକାର ପରିବର୍ତ୍ତନ ହେବା ପରେ ଗ୍ରାମବାସୀଙ୍କ ଉଦ୍ୟମ ସ୍ଥାନୀୟ ମନ୍ତ୍ରୀ ଚେଷ୍ଟା ଓ ରାଜସ୍ବ ବିଭାଗର ଅଧିକାରୀଙ୍କ ସହଯୋଗ ଦ୍ଵାରା ଆଜି ମାଣିବନ୍ଧ ଗ୍ରାମକୁ ରାଜସ୍ବ ଗ୍ରାମ ଭାବେ ଘୋଷଣା କରାଯାଇଥିଲା।

ବୁଗୁଡ଼ା ତହସିଲଦାର ତାପସ କୁମାର ରାଉତଙ୍କ ତତ୍ତ୍ଵାବଧାନରେ ଗ୍ରାମରେ ରାଜସ୍ବ ଗ୍ରାମ ଘୋଷଣା, ବିକାଶ ମୂଳକ ସଚେତନତା ସଭା ଓ ପଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ କ୍ଷୁଦ୍ର ଓ ଅତି କ୍ଷୁଦ୍ର ମଧ୍ଯମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ୨୮ ବର୍ଷ ଧରି ଲୋକଙ୍କ ଅଭିଯୋଗ ହୋଇ ଆସୁଥିଲା ଯାହାକୁ ନେଇ ଆଜି ମାଣିବନ୍ଧ ଗ୍ରାମକୁ ରାଜସ୍ବ ଗ୍ରାମ ଘୋଷଣା କରିବା ସହିତ ବିକାଶ ମୂଳକ ସଚେତନତା ସଭାରେ ଯୋଗଦେଇ ଗ୍ରାମର ଲୋକଙ୍କ ୨୮ ବର୍ଷର ଦାବି ଆଜି ସାମୁହିକ ଭାବେ ପରିପୂର୍ଣ୍ଣ ହୋଇ,ମାଣିବନ୍ଧ ଏକ ସ୍ବତନ୍ତ୍ର ପରିଚୟ ପାଇଛି, ରାଜସ୍ବ ଗ୍ରାମ ଘୋଷଣା ପରେ ମାଣିବନ୍ଧ ଅଧିକ ମାତ୍ରାରେ ରାଜସ୍ବ ପାଇ ଉନ୍ନତି କ୍ଷେତ୍ରରେ ବିକାଶ ହୋଇ ପାରିବ, ଏବଂ ଏହି ଗ୍ରାମ ବିକାଶ ମୋ ଦାୟୀତ୍ଵ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ପ୍ରକାଶ କରିଥିଲେ।

ଏହାସହିତ ଗ୍ରାମର ୮୦ ଜଣ ହିତାଧିକାରୀଙ୍କୁ ପଟା ବଣ୍ଟନ କରିଥିଲେ। ଏହି ଅବସରରେ ବିଡ଼ିଓ ଦ୍ବୁତିକୃଷ ପାତ୍ର, ଥାନାଧିକାରୀ ସିଂତାଶୁ ଶେଖର ମାନ୍ଧାତା, ଅଧ୍ୟକ୍ଷାଙ୍କ ପ୍ରତିନିଧି କେ ନିଳମାଧବ ଆଚାରୀ,ବାଲିପଦର ଫାଣ୍ଡି ଅଧିକାରୀ କେ ନିଳାଦ୍ରୀ ରେଡ୍ଡୀ, ଭଗବାନ ଜେନା, ପୂର୍ବତନ ସରପଞ୍ଚ ସନ୍ତୋଷ କୁମାର ଭୋଳ ଓ ରବିନ୍ଦ୍ର ପରିଡ଼ା, ଆଇନଜୀବୀ ନଟବର ଜେନା ଓ ସୁଶାନ୍ତ କୁମାର ଡାକୁଆ, ହରପ୍ରସାଦ ସାହୁ, ଶାନ୍ତନୁ ନାୟକ ସମେତ ଗ୍ରାମର ଗ୍ରାମ୍ଯ ସଭାପତି ମଞ୍ଚାସିନ ହୋଇଥିଲେ। ରାଜସ୍ବ ଗ୍ରାମ ଘୋଷଣା ପରେ ଖରିଡା ଗ୍ରାମର ଜନସାଧାରଣ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଆର୍ ଆଇ ଲିଙ୍ଗରାଜ ସାହୁ,ଏ ଆର୍ ଆଇ ସୁଦାମ ମଲ୍ଲିକ ସମେତ ଅନ୍ୟ ବିଭାଗୀୟ କର୍ମଚାରୀ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *

Powered by Joinchat