ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଗାୟତ୍ରୀ ଆବାସିକ ଶିକ୍ଷାନିକେତନ ର ସଭାଗୃହ ଠାରେ କୋସଲି ସାହିତ୍ୟ ଅନୁଷ୍ଠାନ କଦମଫୁଲ ସାହିତ୍ୟ ସଂସଦର ଷଷ୍ଠ ବାର୍ଷିକ ଉତ୍ସବ ପତ୍ରିକା ଉନ୍ମୋଚନ ତଥା ସମ୍ବର୍ଦ୍ଧନା ପ୍ରଦାନ ଉତ୍ସବ ଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମ ଓଡିଶାର କୋଶଲୀ ଭାଷା ସାହିତ୍ୟ କ୍ଷେତ୍ରରେ ଅନବରତ କାମ କରୁଥିବା ବୀରମହାରାଜପୁରରେ ଗଢି ଉଠିଥିବା କୋସଲି ସାହିତ୍ୟ ଅନୁଷ୍ଠାନ କଦମଫୁଲ ସାହିତ୍ୟ ସଂସଦ ଏଇ ବର୍ଷ ଷଷ୍ଠ ତମ ବାର୍ଷିକୋତ୍ସବ ଆସନ୍ତା ମାର୍ଚ୍ଚ ୧୫ତାରିଖରେ ପାଳନ ହେବାକୁ ସ୍ଥିର କରାଯାଇଛି । ଏହି ଅବସରରେ ଆଜି କଦମଫୁଲ ପତ୍ରିକାର ମୂଖ୍ୟ ସମ୍ପାଦକ ଡ଼ ଯୁଧିଷ୍ଠିର ଖମାରୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ,ସାହିତ୍ୟ ସଭା, ଆଲୋଚନା ଚକ୍ର, କବିତା ଆସର ସମ୍ବର୍ଦ୍ଧନା ପ୍ରଦାନ ସହିତ ନାଚ,ଗୀତ ଭଳି ବିଭିନ୍ନ କାର୍ଯ୍ୟକ୍ରମ ହେବା ସାଙ୍ଗେ ସାଙ୍ଗେ ବାର୍ଷିକ ପତ୍ରିକା ମଧ୍ୟ ଉନ୍ମୋଚନ କରାଯିବ ବୋଲି ଅନୁଷ୍ଠାନ ର ମୁଖ୍ୟ ଉପଦେଷ୍ଟା ସୌମିତ୍ରୀ କର୍ଣ୍ଣ ଘୋଷଣା କରିଥିଲେ l ଆଲୋଚନାରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ପଙ୍କଜ ଖମାରୀ,ଅଖୋଜ କୁମାର ସାଣ୍ଢ, କୃପାସିନ୍ଧୁ ମହାକୁର, ଶାନ୍ତନୁ କୁମାର କର୍ଣ୍ଣ, ଗଜାନନ ସାଥୁଆ, ସୌମିତ୍ରୀ କର୍ଣ୍ଣ, ତ୍ରିପୁରାରି ମହାକୁର ପ୍ରମୁଖ ଅଂଶଗ୍ରହଣ କରି ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହ କେମିତି ଭାବେ କାର୍ଯ୍ୟକ୍ରମ ଠିକ ଭାବରେ ହେବ ନିଜ ନିଜ ମତାମତ ରଖିଥିଲେ ।ଶେଷରେ କୃପାସିନ୍ଧୁ ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ ।
