ଜନଗଣନା କାର୍ଯ୍ୟ ପାଇଁ କ୍ଷେତ୍ରୀୟ ତାଲିମ ଦାତାଙ୍କ ପ୍ରଶିକ୍ଷଣ ଅନୁଷ୍ଠିତ।

ରାୟଗଡ(ଗୋପୀନାଥ ଗୌଡ଼) : ତା. ୧୩/୦୩- ଜନଗଣନା–୨୦୨୭ ଆୟୋଜନ ସମ୍ବନ୍ଧୀୟ ଗୃହ ତାଲିକା ଓ ଗୃହ ଗଣନା ପାଇଁ ୩୪ ଜଣ କ୍ଷେତ୍ରୀୟ ତାଲିମ ଦାତା ମାନଙ୍କର ତିନିଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗତ ତା ୧୦.୦୩.୨୦୨୬ ରୁ ୧୨.୦୩.୨୦୨୬ ପର୍ଯ୍ୟନ୍ତ ରାୟଗଡ଼ ଜିଲ୍ଲାପାଳ କାର୍ଯ୍ୟାଳୟର ସଦଭାବନା ସଭାଗୃହରେ ଆୟୋଜିତ ହୋଇଥିଲା।ଏହି ପ୍ରଶିକ୍ଷଣରେ କ୍ଷେତ୍ରୀୟ ତାଲିମ ଦାତା ମାନଙ୍କୁ ଡିଜିଟାଲ ଡାଟା ସଂଗ୍ରହ ପ୍ରଣାଳୀ, ଜନଗଣନାରେ ମୋବାଇଲ ଆପ୍ଲିକେସନ (Mobile Application) ବ୍ୟବହାର ଓ ସ୍ୱୟଂ ଗଣନା (Self-Enumeration) ପ୍ରକ୍ରିୟା ବିଷୟରେ ଅବଗତକରାଯାଇଥିଲା।

ପ୍ରାୟୋଗିକ ପ୍ରଶିକ୍ଷଣର ଅଂଶ ଭାବେ ପ୍ରଶିକ୍ଷୁମାନେ ରାୟଗଡ଼ା ପୌରପାଳିକାର ୱାର୍ଡ ନଂ–୧୫ ରେ କ୍ଷେତ୍ର ଅଭ୍ୟାସ କରିଥିଲେ। ଏଥିରେ ଜନଗଣନା କାର୍ଯ୍ୟର ପ୍ରାୟୋଗିକ ପ୍ରଦର୍ଶନ ଓ ହାତକଳମରେ ଅଭ୍ୟାସ କରାଯାଇଥିଲା।ଏହି କାର୍ଯ୍ୟକ୍ରମଟି ଜିଲ୍ଲାପାଳ- ରାୟଗଡ଼ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ଏଥିରେ ପ୍ରଶିକ୍ଷଣକୁ ଜିଲ୍ଲା ମାଷ୍ଟର ଟ୍ରେନର ଶ୍ରୀ ରଞ୍ଜନ କୁମାର ମାନସେଟ, ତହସିଲଦାର, କେ. ସିଂହପୁର ଓ ଶ୍ରୀ ଶ୍ରୀକାନ୍ତ କୁମାର ପାଣିଗ୍ରାହୀ, ଜିଲ୍ଲାପାଳ ସାମାଜିକ ସୁରକ୍ଷା ଅଧିକାରୀ ରାୟଗଡ଼ା ଦ୍ୱାରା ପ୍ରଦାନ କରାଯାଇଥିଲା।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ, ରାୟଗଡ଼ ଶ୍ରୀ ନବୀନ ଚନ୍ଦ୍ର ନାୟକ ଉପସ୍ଥିତ ଥିଲେ ଏବଂ ଶ୍ରୀ ଶିବ ପ୍ରସାଦ ସାହୁ, ସହକାରୀ ଜିଲ୍ଲାପାଳ ଏହାକୁ ସମନ୍ୱୟ କରିଥିଲେ।”ପରବର୍ତ୍ତୀ ପର୍ଯ୍ୟାୟରେ ଏହି କ୍ଷେତ୍ରୀୟ ଟ୍ରେନର ମାନେ ଜିଲ୍ଲାର ବିଭିନ୍ନ ଦାୟିତ୍ୱ ସ୍ତରରେ ଏନୁମେରେଟର୍ସ ଓ ସୁପରବlଜର ମାନଙ୍କୁ ପ୍ରଶିକ୍ଷଣ ଦେବେ, ଯାହା ଦ୍ୱାରା ଜନଗଣନା–୨୦୨୭ କାର୍ଯ୍ୟକ୍ରମର ସୁଚାରୁ କାର୍ଯ୍ୟନ୍ୱୟନ ପାଇଁ ପ୍ରସ୍ତୁତି ସୁନିଶ୍ଚିତ ହେବ।

Leave a Reply

Your email address will not be published. Required fields are marked *

error: Content is protected !!