ଯୋଡ଼ାରେ ଏଟିଏମ୍‌ ଖାଲି: ୧୦ ଦିନ ଧରି ଟଙ୍କା ନମିଳିବାରୁ ଲୋକେ ହେଉଛନ୍ତି ହଇରାଣ

କେନ୍ଦୁଝର/ଯୋଡ଼ା(ସୀତାରାମ ଦୀକ୍ଷିତ) : ଯୋଡ଼ା ସହର ଓ ପାଖପାଖି ଅଞ୍ଚଳର ବିଭିନ୍ନ ଏଟିଏମ୍‌ରେ ଗତ ୧୦ ଦିନ ଧରି ନଗଦ ଟଙ୍କା ମିଳୁନଥିବାରୁ ସାଧାରଣ ଲୋକମାନେ ଭାରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଦୈନିକ ଆବଶ୍ୟକତା ପାଇଁ ଟଙ୍କା ଉଠାଇବାକୁ ଏଟିଏମ୍‌କୁ ଯାଉଥିବା ଲୋକମାନେ ନିରାଶ ହୋଇ ଫେରୁଥିବା ଦେଖାଯାଉଛି। ଏହାର ପ୍ରଭାବରେ ବ୍ୟବସାୟୀ, ଦିନମଜୁରିଆ ଶ୍ରମିକ ଓ ସାଧାରଣ ଗ୍ରାହକମାନେ ଟଙ୍କା ଲେନଦେନ ପାଇଁ ହଇରାଣ ହେଉଛନ୍ତି।ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ ଅଞ୍ଚଳର ଅଧିକାଂଶ ଏଟିଏମ୍‌ରେ ଗତ ୧୦ ଦିନ ଧରି ଟଙ୍କା ନଥିବାରୁ ସେମାନେ ବ୍ୟାଙ୍କ ଶାଖାଗୁଡ଼ିକରେ ଲମ୍ବା ଲାଇନ୍‌ରେ ଛିଡ଼ା ହେବାକୁ ବାଧ୍ୟ ହେଉଛନ୍ତି।

କେତେକ ଏଟିଏମ୍‌ରେ “Cash Not Available” ବୋର୍ଡ ଲଗାଯାଇଥିବା ମଧ୍ୟ ଦେଖିବାକୁ ମିଳିଛି।ଏହି ପରିସ୍ଥିତିରେ ଛୋଟ ବ୍ୟବସାୟୀ, ଦିନମଜୁରିଆ ଶ୍ରମିକ ଓ ବୃଦ୍ଧ ଲୋକମାନେ ସବୁଠାରୁ ଅଧିକ ପ୍ରଭାବିତ ହେଉଛନ୍ତି। ବିଶେଷ କରି Holi ପର୍ବ ପରଠୁ ଏଟିଏମ୍‌ରେ ନିୟମିତ ଭାବେ ନଗଦ ଟଙ୍କା ଭରାଯାଉନଥିବାରୁ ସାଧାରଣ ଜନଜୀବନ ଅସୁବିଧାରେ ପଡ଼ୁଛି ବୋଲି ଲୋକମାନେ ଅଭିଯୋଗ କରିଛନ୍ତି।ଲୋକମାନେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଦାୟୀ କରି ଶୀଘ୍ର ଏଟିଏମ୍‌ଗୁଡ଼ିକରେ ନିୟମିତ ଭାବରେ ନଗଦ ଟଙ୍କା ଯୋଗାଣ ସୁନିଶ୍ଚିତ କରିବାକୁ ଦାବି କରିଛନ୍ତି। ତେବେ ଏହି ସମସ୍ୟା ସମ୍ପର୍କରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Leave a Reply

Your email address will not be published. Required fields are marked *

error: Content is protected !!