ଜନଗଣନାର ତିନିଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପିତ

ଅନୁଗୋଳ (ଅଜିତ କୁମାର ଭୋଇ) : ଅନୁଗୋଳ ଜିଲ୍ଳାର ବ୍ଲାକ ଡାଇମଣ୍ଡ ସମ୍ମିଳନୀ କକ୍ଷଠାରେ ଜନଗଣନା ୨୦୨୭ ସମ୍ବନ୍ଧୀୟ ତିନିଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି l ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଜନଗଣନା ଅଧିକାରୀ ଶ୍ରୀ ପ୍ରତାପ ପ୍ରିତୀମୟ ୪୪ଜଣ ପ୍ରଶିକ୍ଷାର୍ଥୀଙ୍କୁ ଜନଗଣନା ତାଲିମ ପରିସମାପ୍ତି ପ୍ରମାଣପତ୍ର ପ୍ରଦାନ କରିବା ସହିତ ଜନଗଣନା କାର୍ଯ୍ୟକୁ ଅତ୍ୟନ୍ତ ନିଷ୍ଠା ଓ ଯତ୍ନର ସହିତ ସମାପନ କରିବା ପାଇଁ ପରାମର୍ଶ ଦେଇଥିଲେ l

ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ପ୍ରଶିକ୍ଷକ ଛେଣ୍ଡିପଦା ତହସିଲଦାର ଶ୍ରୀ ମାନସ ରାୟ ଓ ଅନୁଗୋଳ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ସହକାରୀ ପ୍ରଫେସର ଶ୍ରୀ ସନ୍ଦୀପ ରାଉତ ଜନଗଣନା ସମ୍ବନ୍ଧରେ ପ୍ରଶିକ୍ଷାର୍ଥୀମାନଙ୍କୁ ବିସ୍ତୃତ ତାଲିମ ପ୍ରଦାନ କରିଥିଲେ l ରାଜ୍ୟ ଜନଗଣନା ନିର୍ଦ୍ଦେଶାଳୟର ଶ୍ରୀ ଦୀପକ କୁମାର ବୈଷୟିକ ତାଲିମ ପ୍ରଦାନରେ ସହାୟତା କରିଥିବାବେଳେ ସହକାରୀ ଜିଲ୍ଲାପାଳ ଶ୍ରୀ ସଞ୍ଜୟ କୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ l ତିନିଦିନିଆ ଜନଗଣନା ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଡେପୁଟୀ କଲେକ୍ଟର ତଥା ଅତିରିକ୍ତ ଜିଲ୍ଲା ଜନଗଣନା ଅଧିକାରୀ ଶ୍ରୀ ଜୟକୃଷ୍ଣ ପାତ୍ର ପରିଚାଳନା କରିଥିଲେ l

Leave a Reply

Your email address will not be published. Required fields are marked *

error: Content is protected !!