ଜିଲ୍ଲା ସ୍ତରୀୟ ୯୧ତମ ଓଡିଶା ଦିବସ ୨୦୨୬ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

ରାୟଗଡ(ସନ୍ତୋଷିନୀ ଗୌଡ଼) :ରାୟଗଡା ଜିଲ୍ଲାସ୍ଥରୀୟ ୯୧ତମ ଓଡିଶା ଦିବସ ୨୦୨୬ପାଳନ ଉପଲକ୍ଷେ ଆଜି ଅପରାହ୍ନ ଘ.୪.୩୦ମି ସମୟରେ ଶ୍ରୀ ନବୀନ ଚନ୍ଦ୍ର ନାୟକ, ଓ.ପ୍ର.ସେ.(ବ), ଅତିରିକ୍ତ ଜିଲ୍ଲାପାଳ, ରାୟଗଡଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ଜିଲ୍ଲାପରିଷଦ ସଦଭାବନା ସଭା ଗୃହ ରାୟଗଡ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଉପଜିଲ୍ଲାପାଳ ରାୟଗଡ଼ ଶ୍ରୀ ରମେଶ କୁମାର ଜେନା, ଜିଲ୍ଲାସଂସ୍କୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀ,ସହରର ମାନ୍ୟଗଣ୍ୟ ବ୍ୟକ୍ତି, ସଦସ୍ୟସଦସ୍ୟା ଯୋଗଦାନ କରି ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମ ଗୁଡିକ କାର୍ଯ୍ୟକାରୀ କରିବା ନିମନ୍ତେ ସର୍ବସମ୍ମତ୍ତିକ୍ରମେ ନିଷ୍ପତ୍ତି ନିଆଗଲା।

ତା. ୦୧.୦୪.୨୦୨୬ ରିଖ ଦିନ ପ୍ରାତଃ ଘ. ୫.୦୦ ଟିକା ସମୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ଦେଶାତ୍ମ ବୋଧକ ସଂଗୀତ ପରିବେଷଣ କରାଯିବ।ସକାଳ ଘ.୭.୦୦ମି. ସମୟରେ ସ୍ଥାନୀୟ ଗଜପତି ଛକ ଠାରେ ଅବସ୍ଥାପିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତିରେ ସମବେତ ହୋଇ ସାମୂହିକ ମାଲ୍ୟାର୍ପଣ କରାଯିବ । ଏଥିରେ ମୁଖ୍ୟ ଅତିଥି, ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି, ସର୍ବସାଧାରଣ, ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇ ଶୋଭାଯାତ୍ରାରେ ବାହାରିବେ ଏବଂ ସକାଳ ୮. ୦୦ମି ସମୟରେ ସ୍ଥାନୀୟ ଗାନ୍ଧୀ ପ୍ରମୋଦ ଉଦ୍ୟାନରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ମାନଙ୍କରେ ସାମୁହିକ ମାଲ୍ୟାର୍ପଣ ଓ ପୂଜ୍ୟପୂଜା କରାଯିବ ।

ଏହାପରେ ସକାଳ ଘ. ୯.୦୦ମି ସମୟରେ ସାଧାରଣ ସଭା ଓ ଜିଲ୍ଲାସଂସ୍କୃତି ପରିଷଦ ରାୟଗଡ଼ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଓ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ସ୍ଥାନୀୟ ବିଜୁପଟ୍ଟନାୟକ ଅଡିଟୋରିୟମ, ରାୟଗଡ ଠାରେ ଅନୁଷ୍ଠିତ କରିବା ନିମନ୍ତେ ବୈଠକରେ ନିଷ୍ପତ୍ତି ନିଆଗଲା । ଜିଲ୍ଲା ଶିକ୍ଷା ଅଧିକାରୀ ସମସ୍ତ ପ୍ରତିଯୋଗିତା ଆୟୋଜନ କରାଯିବା ନିମନ୍ତେ ସ୍ଥିର କରାଯାଇଛି l ମହିଳା ମାନଙ୍କ ମଧ୍ୟରେ ଚଳିତ ବର୍ଷ ସତନ୍ତ୍ର ଭାବରେ ଝୋଟି ପ୍ରତିଯୋଗିତା ଆୟୋଜିତ ହେବ lଏହାସହିତ ସମସ୍ତ ସମସ୍ତ ଅନୁଷ୍ଠାନ ବାଣିଜ୍ୟକ ପ୍ରତିଷ୍ଠାନ ଗୁଡିକ ଓଡ଼ିଆରେ ନାମ ଲେଖିବାକୁ ପଦ୍ଧକ୍ଷେପ ନେବାକୁ ନିଷ୍ପତି ନିଆଯାଇଛି l ସମସ୍ତ ସରକାରୀ ଓ ଘରୋଇ କୋଠାବାଡି ମାନଙ୍କରେ ଆଲୋକମଳରେ ସୁସଜ୍ଜିତ କରିବାନିମନ୍ତେ ନିଷ୍ପତି ନିଆଯାଇଛି l ଶେଷରେ ଜିଲ୍ଲା ସୂଚନା ଓ ଲକସମ୍ପର୍କ ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *

error: Content is protected !!