କେନ୍ଦୁଝର/ଚମ୍ପୁଆ (ପ୍ରଦୀପ କୁମାର ମହାନ୍ତ): ଚମ୍ପୁଆ ବ୍ଲକ ଅନ୍ତର୍ଗତ ଇଛାପୁର(ସାନନଇଁ) ଗ୍ରାମବାସୀ ବୃନ୍ଦଙ୍କ ଆନୁକୂଲ୍ୟରେ ଶ୍ରୀ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ମହାମନ୍ତ୍ର ଅଖଣ୍ଡ ଚବିଶ ପ୍ରହର ନାମଯଜ୍ଞ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଯାଇଛି l ଗତ ୨୬. ୦୩. ୨୬ ଠାରୁ ଆରମ୍ଭ ଏହି ଅଖଣ୍ଡ ଚବିଶ ପ୍ରହର ନାମଯଜ୍ଞ ସଂକୀର୍ତ୍ତନର ସମସ୍ତ ପୂଜାବିଧି ସ୍ଥାନୀୟ ନନା ପ୍ରଦୀପ ପାଣିଗ୍ରାହୀଙ୍କ ଦ୍ୱାରା ସମ୍ପର୍ଣ୍ଣ ହୋଇଥିବା ବେଳେ ଆଖ ପାଖ ଅଞ୍ଚଳରୁ ପ୍ରାୟ ୩ଟି ପୁଅ ଦଳ ଓ ଦୁଇଟି ଝିଅ ଦଳ ଅଂଶଗ୍ରହଣ କରିଥିଲେ l
ଚାରିଦିନ ଧରି ଚାଲିଥିବା ନାମଯଜ୍ଞ ର ଆଜି ଥିଲା ତୃତୀୟ ଦିନ ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିଜେପି ଜନନେତା, ବିଜେପି କୃଷକ ମୋର୍ଚ୍ଚା ପୂର୍ବତନ ରାଜ୍ୟ ସଂଯୋଜକ ତଥା କେନ୍ଦୁଝର ଜ଼ିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବିଶିଷ୍ଠ ସମାଜସେବୀ ଶ୍ରୀମନ୍ତ କୁମାର ତ୍ରିପାଠୀ ଯୋଗଦେଇ ଥିବା ଦେଖିବାକୁ ମିଳିଛି । କମିଟି ସଦସ୍ୟ ଅଶୋକ କୁମାର ଗିରି, ବିଭୁତି ଭୂଷଣ ପ୍ରଧାନ, ଚିନ୍ତା ମଣି ପ୍ରଧାନ, ଚନ୍ଦ୍ରମୋହନ ପ୍ରଧାନ, ବ୍ରଜ କୁମାର ଦାସ, ରଞ୍ଜନ କୁମାର ପ୍ରଧାନ, କୁଳମଣି ପ୍ରଧାନ, ନରତ୍ତମ ପ୍ରଧାନ, ଜିତେନ୍ଦ୍ର ଗିରି, ଆମର ଗିରି, କେଦାର ଦାସ, ରାଜେନ୍ଦ୍ର ଗିରି, ଶ୍ରୀନିବାସ ପ୍ରଧାନ ଙ୍କ ସହିତ ଅନେକ ଗ୍ରାମବାସୀ ମହିଳା ଓ ପୁରୁଷ ସହଯୋଗ କରିଥିଲେ ।
ଶତାଧିକ ଭକ୍ତଙ୍କ ଜନ ଗହଳି ଏବଂ ନାମ ସଂକୀର୍ତ୍ତନରେ ଚତୁର୍ପାଶ୍ୱ ଏକ ଆଧ୍ୟାତ୍ମିକତା ସହିତ ଉତ୍ସାହର ବାତାବରଣରେ ପରିପୂର୍ଣ୍ଣ ହୋଇ ରହିଥିଲା ।ଚବିଶ ପ୍ରହର ନାମଯଜ୍ଞ ରେ “ହରେକୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେରାମ ହରେରାମ ରାମ ରାମ ହରେ ହରେ ” ଠାକୁରଙ୍କ ନାମ କୀର୍ତ୍ତନର ଭକ୍ତି ଗୀତ ସଂଗୀତର ଧ୍ୱନି ଚାରିପଟେ ବ୍ୟାପି ଯାଇଥିଲା l
