କେନ୍ଦୁଝର (ରିପୋର୍ଟ୍ – ପ୍ରଦୀପ ମହାନ୍ତ) :କେନ୍ଦୁଝର ସହର ନିକଟସ୍ଥ ସ୍ଥାନୀୟ ରୋଟାରୀ ଭବନ ଠାରେ ଭଏସ ଅଫ ମିଡ଼ିଆ ତରଫରୁ ଏକ ଜିଲ୍ଲାସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ସର୍ବପ୍ରଥମେ କେନ୍ଦୁଝରର ଆରାଧ୍ୟାଦେଵୀ ମା’ତାରିଣୀଙ୍କ ଫୋଟ ଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ କରି ସଭାକାର୍ଯ୍ୟାଟିକୁ ଆରମ୍ଭ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ଭଏସ ଅଫ ମିଡ଼ିଆର ରାଜ୍ୟସଭାପତି ଡକ୍ଟର ପ୍ରଭାତ କୁମାର ମିଶ୍ର ଯୋଗଦେଇ ଭଏସ ଅଫ ମିଡ଼ିଆ ହେଉଛି,ଏକ ଅନ୍ତର୍ଜାତୀୟ ସଂଗଠନ ଏବଂ ଗଣମାଧ୍ୟମ ପ୍ରତିନିଧି ମାନଙ୍କର ସ୍ୱାର୍ଥ ହକ ନ୍ୟାର୍ଯ୍ୟ ଦାଵୀ ନେଈ ଏହି ସଂଗଠନ ସଦାସର୍ବଦା କାର୍ଯ୍ୟ କରିଥାଏ ବୋଲି କହିବା ସହ ସାମ୍ବାଦିକମାନଙ୍କୁ ଏବଂ ତାଙ୍କ ପରିବାରବର୍ଗଙ୍କୁ ଭଏସ ଅଫ ମିଡ଼ିଆ ତରଫରୁ ପ୍ରଦାନ କରାଯାଉଥିବା ସ୍ଵାସ୍ତ୍ୟ ବୀମା ଗୃହ ଋଣ ଏବଂ ଶିକ୍ଷାନିମନ୍ତେ ଋଣ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ l
ଏହି ସଭାରେ ଜିଲ୍ଲା ସଂଗଠନର ସଭାପତି ଶ୍ରୀ ଯୁକ୍ତ ସୁଢଳ କୁମାର ସେଠୀ ସ୍ୱାଗତ ବକ୍ତବ୍ୟ ପ୍ରଦାନ କରିଥିଲେ l ଜିଲ୍ଲା ସାଧାରଣ ସମ୍ପାଦକ ଶଶୀଭୂଷଣ ସିଂହ ଏବଂ ଉପଦେଷ୍ଟା ସଞ୍ଜୟ କୁମାର ପଣ୍ଡା ମଂଚାସୀନ ଥିଲେ l ଏହି କାର୍ଯ୍ୟକ୍ରମ ରେ ଉପ ସଭାପତି ଅରୁଣ କୁମାର ମହାନ୍ତ, ସଂଗ୍ରାମ କେଶ୍ବରୀ ମିଶ୍ର, ବ୍ରଜ କିଶୋର ରାୟ, ଅରୁଣ କୁମାର ପତି,ପ୍ରଦୀପ କୁମାର ମହାନ୍ତ,ମୋହନ ମୂରତି, ପୂର୍ଣ୍ଣ ଚନ୍ଦ୍ର ଦାସ, ଦିଲୀପ କୁମାର ସାହୁ, ରୁଦ୍ରନାରାୟଣ ଲୋହାର ସୁକୁମାର ପାଣିଗ୍ରାହୀ, ହିମାଂଶୁ ଶେଖର ଦାସ, ଦେବବ୍ରତ ପାଢ଼ୀ, ସମେତ ବହୁ ସାମ୍ବାଦିକ ଥିଲେ lଏହି କାର୍ଯ୍ୟକ୍ରମରେ ଉପଖଣ୍ଡସ୍ତରୀୟ ସୂଚନା ଲୋକସମ୍ପର୍କ ଅଧିକାରିଣୀ ଜ୍ୟୋତିର୍ମୟୀ ନାଏକ ଉପସ୍ଥିତ ଥିଲେ l ଭଏସ ଅଫ ମିଡ଼ିଆ ତରଫରୁ ଯେଉଁ ସାମ୍ବାଦିକ ବୃନ୍ଦଙ୍କର ନାମ ପଞ୍ଜିକୃତ ହେଇଛି ସେମାନଙ୍କୁ ରାଜ୍ୟମୁଖ୍ୟ ଡକ୍ଟର ମିଶ୍ର କାର୍ଡ ଦେବା ସହ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ l ଜିଲ୍ଲାର ବିଭିନ୍ନ ଅଞ୍ଚଳର ବହୁ ଗଣମାଧ୍ୟମର ପ୍ରତିନିଧିମାନେ ଏହି ବୈଠକରେ ଉପସ୍ଥିତ ଥିଲେ l ସାମ୍ବାଦିକ ସତ୍ୟଜିତ ମିଶ୍ର କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିଲେ l
